କନକ ବ୍ୟୁରୋ : ଅଧା ବାଟରେ ଚାଲିଗଲା ପ୍ରବାସୀଙ୍କ ଜୀବନ । ମାନବିକତା ଦେଖାଇଲା ପୋଲିସ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ତେଲେଙ୍ଗାନା ସିଙ୍ଗରୈଣୀ କୋଇଲା ଖଣିରେ କାମ କରିବାକୁ ଯାଇଥିଲେ ବାଲେଶ୍ୱର କୁମ୍ଭୀ ଗାଁର ସୁଧୀର ରଂଜନ ବିଶ୍ୱାଳ । କରୋନା ପାଇଁ ଘରକୁ ଫେରୁଥିଲେ, ହେଲେ ବସରେ ଫେରିବା ସମୟରେ ତାଙ୍କ ଛାତିରେ ଜୋରରେ ଯନ୍ତ୍ରଣା ଅନୁଭବ ହୋଇଥିଲା ।
ସୀମା ପ୍ରବେଶ ପୂର୍ବରୁ ମୋଟୁ ସୀମା ଆରପଟେ ଆନ୍ଧ୍ର କାଲେରୁ ନିକଟରେ ଜୀବନ ଚାଲି ଯାଇଥିଲା । ହେଲେ ଶବକୁ ଓହ୍ଲାଇ ଚାଲି ଯାଇଥିଲେ ବସ କର୍ମଚାରୀ । ଆଉ ଏହି ଘଟଣା ଜାଣିବା ପରେ ତୁରନ୍ତ ମୋଟୁ ପୁଲିସ ଓ ମୋଟୁ ତହସିଲଦାର ଘଟଣା ସ୍ଥଳରେ ପହଂଚି ଶବକୁ ଓଡ଼ିଶା ସୀମା ଆଣିଥିଲେ । ଖୋଦ ଏସଡିପିଓ ଅଂଶୁମାନ ଦ୍ୱିବେଦୀ, ମୋଟୁ ଆଇଆଇସି, ତହସିଲଦାର ଉପସ୍ଥିତ ରହି ଶବକୁ ସତ୍କାର କରିଥିଲେ । ମୃତକଙ୍କ ବଡ଼ ଭାଇ ଧୀରେନ୍ଦ୍ର ବିଶ୍ୱାଳ ମଧ୍ୟ ପିପିଇ କିଟ ପିନ୍ଧି ଶବ ସତ୍କାର କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/2-7.jpg)