ସୁରତରୁ ଓଡିଶା ଫେରିବା ବାଟରେ ପ୍ରବାସୀ ଦମ୍ପତିଙ୍କ ଛୁଆ ଜନ୍ମ ଘଟଣା: ଓଡିଶା ପହଂଚିବା ପରେ ବୟାନ କଲେ ପୁରା କାହାଣୀ, ଜମି ବନ୍ଧା ପକାଇ ଫେରିଲେ ଓଡିଶା

2,488

କନକ ବ୍ୟୁରୋ: ଜମି ବନ୍ଧା ପକାଇ, ଭଡାରେ ଗାଡି କରି ଶେଷରେ ଭଦ୍ରକରେ ପହଂଚିଲେ ପ୍ରବାସୀ ଦମ୍ପତି । ଗତ ୩ ତାରିଖରେ ସୁରତରୁ ବସ ଯୋଗେ ଭଦ୍ରକ ଫେରୁଥିଲେ ଏହି ଓଡିଆ ପ୍ରବାସୀ ଦମ୍ପତି । ହେଲେ ବାଟରେ ତିହିଡି କୁବେରା ଗାଁର ସୁଶାନ୍ତ ବେହେରାଙ୍କ ପତ୍ନୀ ଉଳି ବଳଙ୍କ ପ୍ରସ୍ୁତି ଯନ୍ତ୍ରଣା ହେବାରୁ ନାଗପୁର ମୁମ୍ବାଇ ହାଇୱେ ନିକଟରେ ବସ୍ଟି ସେମାନଙ୍କୁ ଅଧାବାଟରୁ ଛାଡି ଚାଲିଯାଇଥିଲା । ପରେ ବହୁ କଷ୍ଟରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଭୟେ ଦମ୍ପତି ମେଡିକାଲ ଯାଉଥିବା ବାଟରେ କନ୍ୟା ସନ୍ତାନକୁ ଜନ୍ମଦେଇଥିଲେ ସୁଶାନ୍ତଙ୍କ ପତ୍ନୀ ।

ପରେ ପାଖରେ ଟଙ୍କା ନ ଥିବାରୁ ଜିଲ୍ଲା ପ୍ରଶାସନକୁ ଫେରାଇ ଆଣିବାକୁ ଉଭୟେ ଦମ୍ପତି ନିବେଦନ କରିଥିଲେ । ହେଲେ, ଜିଲ୍ଲାପ୍ରଶାସନ ନ ଶୁଣିବାରୁ ଶେଷରେ ଗାଁ ର ଜଣେ ବ୍ୟକ୍ତିଙ୍କ ସହଯୋଗରେ ଜମି ବନ୍ଧା ପକାଇ ୨୮ହଜାର ଟଙ୍କା ଦେଇ ଗାଡି ଭଡା କରି ଆସି ପହଂଚିଛନ୍ତି । ଭଦ୍ରକରେ ପହଂଚିବା ପରେ ଉଭୟେ ଦମ୍ପତି ଶିଶୁକନ୍ୟାର ଦେହ ଅସୁସ୍ଥ ହେବାରୁ ତାକୁ ମେଡିକାଲ ନେଇଥିଲେ । ସେଠରେ ଡାକ୍ତର ତାଙ୍କର ଚିକିତ୍ସା କରିଛନ୍ତି । ଉଭୟେ ମା ଓ ଝିଅ ଏବେ ସୁସ୍ଥ ଥିବା ବେଳେ, ଘରକୁ ଫେରିନପାରି ସାରା ରାତି ମେଡିକାଲ ପରିସରରେ ପଡିରହିଛନ୍ତି ।