ଭାରତୀୟ ବାୟୁସେନାର ଲଢୁଆ ବିମାନ ମିଗ୍ -୨୧ ବୁଧବାର ଦୁର୍ଘଟଣାର ଶିକାର ହୋଇଛି । ଘଟଣାଟି ଘଟିଛି ଗ୍ୱାଲିୟର୍ ରେ । ଏହି ଦୁର୍ଘଟଣାରେ ମିଗ୍ -୨୧ ରେ ଥିବା ୨ ଜଣ ପାଇଲଟ୍ ସମ୍ପୁର୍ଣ୍ଣ ସୁରକ୍ଷିତ ଅଛନ୍ତି । ବାୟୁସେନା ପକ୍ଷରୁ କୋର୍ଟ ଅଫ୍ ଇନକ୍ୱାରୀର ଆଦେଶ ଦିଆଯାଇଛି । ଦୁର୍ଘଟଣା ସମୟରେ ମିଗ୍ -୨୧ ଟ୍ରେନର୍ ଏୟାରକ୍ରାଫ୍ଟ ନିଜ ରୁଟିନ୍ ଗସ୍ତରେ ଥିଲା । ତେବେ ଦୁର୍ଘଟଣା ଏଭଳି ଗମ୍ଭୀର ଥିଲା ଯେ ବିମାନର ଅଧା ଅଂଶ ମାଟି ଭିତରେ ପଶିଯାଇଥିଲା ।
Madhya Pradesh: MiG 21 Trainer aircraft of the Indian Air Force crashed in Gwalior, today. Both the pilots, including a Group Captain and a squadron leader, managed to eject safely. pic.twitter.com/Gdmik5RhTN
— ANI (@ANI) September 25, 2019
ବିମାନରେ ଜଣେ ଗ୍ରୁପ୍ କ୍ୟାପଟେନ୍ ଏବଂ ସ୍କ୍ୱାର୍ଡନ୍ ଲିଡର୍ ବସିଥିଲେ । ଚଳିତ ବର୍ଷ ମିଗ୍ କ୍ରାଶ୍ ହେବାର ଏହା ତୃତୀୟ ଘଟଣା । ଆପଣଙ୍କୁ କହିରଖୁଛୁ ଯେ ବାୟୁସେନାର ମିଗ୍-୨୧ କୁ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ମଧ୍ୟ ଉଡାଇଥିଲେ , ଯାହା ସେତେବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ଏହାପରେ ମାର୍ଚ୍ଚ ମାସରେ ରାଜସ୍ଥାନର ବିକାନେର୍ ରେ ମଧ୍ୟ ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ମିଗ୍-୨୧ ବିମାନ ଦୁର୍ଘଟଣା ହେବା ଘଟଣା ଖୁବ୍ ସାଧାରଣ । ୫ ଦଶନ୍ଧୀ ପୁରୁଣା ଏହି ବିମାନକୁ ବଦଳାଇବା ପାଇଁ ବାରମ୍ବାର କୁହାଯାଉଛି । “ଫ୍ଲାଇଙ୍ଗ୍ କଫିନ୍” ନାଁରେ ବଦନାମ୍ ହୋଇଥିବା ଏହି ବିମାନକୁ ଏଚଏଏଲ୍ ଦ୍ୱାରା ନିର୍ମାଣ କରାଯାଇଥିବା ଦେଶୀ ଏବଂ ହାଲୁକା ଲଢୁଆ ବିମାନ ତେଜସ୍ ସହ ବଦଳାଇବା ପାଇଁ କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/MIG21.jpg)