କନକ ବ୍ୟୁରୋ : ଭାରତୀୟ ବାୟୁସେନାର ଏକ ଏମଆଇଜି-୨୧ ବାଇସନ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଗ୍ରୁପ କ୍ୟାପଟେନ୍ ଏ. ଗୁପ୍ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
A MiG-21 Bison aircraft of IAF was involved in a fatal accident this morning, while taking off for a combat training mission at an airbase in central India.
— Indian Air Force (@IAF_MCC) March 17, 2021
ସୂଚନା ମୁତାବକ ବିମାନଟି ମଧ୍ୟ ଭାରତର ଏକ ଏୟାର ବେସରୁ ଏକ ଯୁଦ୍ଧ ପ୍ରଶିକ୍ଷଣ ମିଶନ୍ ପାଇଁ ଯାଉଥିବା ବେଳେ ଏଭଳି ଦୁର୍ଘଟଣାରେ ଶିକାର ହୋଇଛି । ଏହି ଦୁର୍ଘଟଣାରେ ଗ୍ରୂୁପ କ୍ୟାପଟେନ୍ ଙ୍କ ମୃତ୍ୟୁ ପରେ ଗଭୀର ସମବେଦନା ଜଣାଇଛି ଭାରତୀୟ ବାୟୁସେନା । ବାୟୁସେନା ପକ୍ଷରୁ କୁହାଯାଇଛି କି ମୃତ ଗ୍ରୁପ କ୍ୟାପଟେନ ଏ.ଗୁପ୍ତାଙ୍କ ପରିବାରକୁ ବିଭାଗ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ । ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନଥିବା ବେଳେ କାରଣ ଜାଣିବାକୁ କୋର୍ଟ ଅଫ୍ ଇନକ୍ୱାରୀ ପାଇଁ ଆଦେଶ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/2d30f20219df2ba40a021404abd8030962ef044b9437bb30c9281650921dc362.jpg)