କନକ ବ୍ୟୁରୋ : ପାକିସ୍ତାନ ସୀମା ରାଜସ୍ତାନର ବାଡମେର ନିକଟରେ ବାୟୁସେନାର ମିଗ-୨୧ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟେନିଂ ବେଳେ ଏଭଳି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ହେଲେ ସବୁଠାରୁ ବଡକଥା ପାଇଲଟ ଜଣଙ୍କ ଦୁର୍ଘଟଣା ପୂର୍ବରୁ ଇଜେକ୍ଟ କରିଦେଇଥିବାରୁ ସେ ସୁରକ୍ଷିତ ଭାବେ ବିମାନରୁ ଉହ୍ଲାଇ ଆସିଛନ୍ତି । ଭାରତୀୟ ବାୟୁସେନାର ସୂଚନା ମୁତାବକ ଏହି ବିମାନଟି ଟ୍ରେନିଂରେ ଥିବା ବେଳେ ଦୁର୍ଘଟଣାରେ ଶିକାର ହୋଇଛି । ଦୁର୍ଘଟଣାର କାରଣ ଜଣାପଡି ନଥିବା ବେଳେ କାରଣ ଜାଣିବାକୁ ଏକ ଯାଂଚ ଟିମ୍ ଗଠନ କରାଯାଇଛି ।
Rajasthan | IAF's MiG-21 Bison fighter aircraft crashed today in Barmer during a training sortie, pilot safe pic.twitter.com/u1i4D46NRa
— ANI (@ANI) August 25, 2021
କହିରଖୁ କି ବାଡମେର ଏକ ସୀମାନ୍ତ ଜିଲ୍ଲା ହୋଇଥିବାରୁ ବାୟୁସେନାର ବିମାନ ସେଠାରେ ନିୟମିତ ଭାବେ ପାଟ୍ରୋଲିଂ କରିଥାଏ । ବୁଧବାର ଦିନ ମିଗ-୨୧ ବାଇସନ ବିମାନ ପୂର୍ବପରି ଉଡାଣ ଭରିଥିଲା । ହେଲେ ଉଡାଣ ବେଳେ କିଛି ଯାନ୍ତ୍ରିକ ତୃଟି ଦେଖା ଦେବାରୁ ବିମାନଟି ପାଇଲଟଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଏହାପରେ ବିମାନଟି ଦ୍ରୁତ ଗତିରେ ଖସିବା ଆରମ୍ଭ କରିଥିଲା । ମାତ୍ର ପାଇଲଟ ଜଣଙ୍କ ଠିକ୍ ସମୟରେ ସିଟ୍ ଇଞ୍ଜେକ୍ସନ ଦେଇଥିବାରୁ ପାରାଚ୍ୟୁଟ ମାଧ୍ୟମରେ ସୁରକ୍ଷିତ ଭାବେ ସେ ଉହ୍ଲାଇ ପଡିଥିଲେ । ଏହି ଦୁର୍ଘଟଣାରେ କୌଣସି ସ୍ଥାନୀୟ ନାଗରିକଙ୍କର କ୍ଷତି ହୋଇ ନଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/E9ozvCOVUAcc4di.jpg)