କନକ ବ୍ୟୁରୋ : ଆଉ କିଛି ସମୟ ପରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଦୁଷ୍କର୍ମକାରୀ । ତେବେ ଆଜି ଫାଶୀ ହେବା କଥା ଗତକାଲି ଠାରୁ ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା ବେଳେ ଦୋଷୀଙ୍କ ଓକିଲ ଏପି ସିଂହ ତାଙ୍କର ଶେଷ ପ୍ରୟାସ ଜାରି ରଖିଥିଲେ । ଗତକାଲି ଦିଲ୍ଲୀର ପଟିଆଲା ହାଇସକୋର୍ଟ ମୃତ୍ୟୁର ପରୱାନା ଉପରେ ରୋକ ଲଗାଇବାକୁ ମନା କରିଦେଇଥିଲେ ।
ତେବେ ମଝି ରାତିରେ ଏହା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଅପିଲ କରିଥିଲେ ଦୋଷୀଙ୍କ ଓକିଲ ଏପି ସିଂହ । ଦିଲ୍ଲୀ ହାଇକୋର୍ଟର ଦୁଇ ଜଣ ବିଚାରପତି ସ୍ୱତନ୍ତ୍ର ଭାବେ ମଝି ରାତିରେ ଏହି ଆବେଦନର ଶୁଣାଣି କରିଥିଲେ । ପ୍ରାୟ ୯୦ ମିନିଟର ଶୁଣାଣି ପରେ ଫାଶୀ ରୋକିବାକୁ ଦୋଷୀଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ତେବେ ଏହା ପରେ ଦୋଷୀଙ୍କ ଓକିଲ ସୁପ୍ରିମକୋର୍ଟରେ ପୁଣି ଫାଶୀ ରୋକିବାକୁ ଆବେଦନ କରିଥିଲେ । ରାତି ପ୍ରାୟ ୩ଟାରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା । ଜଷ୍ଟିସ୍ ଭାନୁମତିଙ୍କ ଖଣ୍ଡପୀଠ ଶୁଣାଣି କରି ଦୋଷୀଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ଖାରଜ କରିଥିଲେ । ଫଳରେ ସାଢ଼େ ୫ଟାରେ ୪ ଦୋଷୀଙ୍କୁ ଫାଶୀ ମିଳିବା କଥା ନିଶ୍ଚିତ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/nirbhaya-case-convicts-hanging-death-warrant.jpg)