ତୁର୍କୀ କୋଇଲାଖଣିରେ ବିସ୍ଫୋରଣ: ୨୫ ମୃତ, ଏବେବି ଖଣିରେ ଫଶିରହିଛନ୍ତି ୫୦ରୁ ଅଧିକ ଶ୍ରମିକ

ତୁର୍କୀ କୋଇଲାଖଣିରେ ବିସ୍ଫୋରଣ: ୨୫ ମୃତ, ଏବେବି ଖଣିରେ ଫଶିରହିଛନ୍ତି ୫୦ରୁ ଅଧିକ ଶ୍ରମିକ

କନକ ବ୍ୟୁରୋ: ଶୁକ୍ରବାର ସନ୍ଧ୍ୟାରେ ତୁର୍କୀର ଉତ୍ତରାଞ୍ଚଳ ଅନ୍ତର୍ଗତ ବାର୍ତିନ୍‌ ପ୍ରଦେଶସ୍ଥିତ ଗୋଟାଏ କୋଇଲାଖଣିରେ ବିସ୍ଫୋରଣ ଘଟି ଅନ୍ୟୂନ ୨୫ଜଣଙ୍କର ମୃତ୍ୟୁ ଘଟିଛି, ଡଜନାଧିକ ଆହତ ହୋଇଛନ୍ତି ଏବଂ ପ୍ରାୟ ୫୦ଜଣ ଖଣି ଭିତରେ ଫସି ରହିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି।

ବିସ୍ଫୋରଣ ଘଟିଲା ବେଳେ ଖଣିରେ ସମୁଦାୟ ୧୧୦ଜଣ ଶ୍ରମିକ ଥିଲେ ବୋଲି ବାର୍ତିନ୍‌ ପ୍ରଦେଶ ଅନ୍ତର୍ଗତ ଅମ୍‌ସରା ଜିଲ୍ଲାର କୃଷ୍ଣସାଗର ପ୍ରଦେଶ ଅଞ୍ଚଳର ଘଟଣାସ୍ଥଳରେ ଗୃହମନ୍ତ୍ରୀ ସୁଲେମାନ୍‌ ସୋୟଲୁ ସାମ୍ବାଦିକମାନଙ୍କୁ କହିଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ନିଜେ ନିଜେ ବାହାରି ଆସିଛନ୍ତି; ଆଉ କେତେକଙ୍କୁ ଉଦ୍ଧାର କରାଯାଇଛି ବୋଲି ସେ କହିଛନ୍ତି। ଖଣି ଭିତରେ ଭୂଗର୍ଭର ୧୦୦୦ରୁ ୧,୧୫୦ ଫୁଟ୍ ଅଭ୍ୟନ୍ତର‌ର ଦୁଇଟି ପୃଥକ୍‌ ଅଞ୍ଚଳରେ ୪୯ଜଣ ଶ୍ରମିକ ଫସି ରହିଥିବା ଖବରକୁ ମଧ୍ୟ ସେ ସୁନିଶ୍ଚିତ କରିଛନ୍ତି।

ଶକ୍ତିମନ୍ତ୍ରୀ ଫତିହ୍‌ ଡୋନ୍‌ମେଜ୍‌ କହିଛନ୍ତି ଯେ, ପ୍ରାଥମିକ ସୂଚନାରୁ ଜଣାପଡୁଛି ଯେ, ‘ଫାୟାର୍‌ଡ୍ୟାମ୍ପ୍‌’ (ଖଣିରେ ଥିବା ମିଥେନ୍‌ ବାଷ୍ପ) ବିସ୍ଫୋରଣ ଯୋଗୁଁ ସନ୍ଧ୍ୟା ପ୍ରାୟ ୬.୧୫ରେ ବିସ୍ଫୋରଣ ଘଟିଛି। କିନ୍ତୁ, ବିସ୍ଫୋରଣ ପ୍ରକୃତ କାରଣ ଏଯାବତ୍‌ ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe