କରୋନାରେ ମାଡ ଖାଉଛି ମଧ୍ୟବିତ୍ତ । ୩କୋଟି ୩୦ ଲକ୍ଷ ମଧ୍ୟବିତ୍ତଙ୍କୁ ଗରିବ କରିଦେଲା କରୋନା ।

261

କନକ ବ୍ୟୁରୋ : କରୋନାରେ ମାଡ ଖାଇଛି ମଧ୍ୟବିତ । ପ୍ରଥମ ଲହରରେ ଏହି ମହାମାରୀ ପ୍ରାୟ ସାଢେ ୩ କୋଟି ମଧ୍ୟବିତଙ୍କୁ ଗରିବ ବନାଇଦେଇଛି । ମଧ୍ୟବିତଙ୍କ ସଂଖ୍ୟା ୯ କୋଟି ୯୦ ଲକ୍ଷରୁ ୬ ଲକ୍ଷ ୬୦ ଲକ୍ଷକୁ ଖସିଛି । ବାକି ମଧ୍ୟବିତ ଗରିବ ହୋଇଯାଇଛନ୍ତି ।

ମଧ୍ୟବିତ୍ତଙ୍କୁ ଗରିବ କରିଦେଲା କରୋନା । କରୋନାରେ ମାଡ ଖାଇଲେ ମଧ୍ୟବିତ୍ତ । ଗରିବ ହୋଇଗଲେ ୩ କୋଟି ମଧ୍ୟବିତ୍ତ । ପିୟୁ ରିସର୍ଚ ସେଂଟରର ଏହି ତଥ୍ୟ ଆମ ଦେଶରେ ମଧ୍ୟବିତ କରୋନା ପରିସ୍ଥିତିକୁ କେତେ ସମ୍ବେଦନଶୀଳ କରିଦେଇଛି ତାହା ଦର୍ଶାଉଛି । କରୋନାର ପ୍ରଥମ ଲହର, ଏମିତି ମାଡ ମାରିଛି, ତାହା ଅନ୍ତତଃ ମଧ୍ୟବିତ ମାନେ କେବେ ଭୂଲି ପାରିବେ ନାହିଁ । ଦେଶରେ ମଧ୍ୟବିତଙ୍କ ସଂଖ୍ୟା ୯ କୋଟି ୯୦ ଲକ୍ଷରୁ ୬ କୋଟି ୬୦ ଲକ୍ଷକୁ ଖସି ଆସିଛି । ଅର୍ଥାତ୍ ୩ କୋଟି ୩୦ ଲକ୍ଷ ମଧ୍ୟବିତ ଏହା ଭିତରେ ଗରିବ ହୋଇଯାଇଛନ୍ତି । କରୋନା ତାଙ୍କର ରୋଜଗାର ଛଡାଇ ନେଇଛି ଏବଂ ସେମାନଙ୍କୁ ଗରିବ କରିଦେଇଛି ।

ଯେତେବେଳେ କରୋନା ଭଳି ଏକ ମହାମାରୀ ବିରାଟ ଆକାର ଧାରଣ କରି ସାରା ଦେଶକୁ ମାଡିଯାଏ, ସେତେବେଳେ ଏହି ବିପଦ ମଧ୍ୟବିତଙ୍କ ଉପରେ ପଡିବାର ଯଥେଷ୍ଟ ଆଶଙ୍କା ଥାଏ । କାରଣ ଏହି ବର୍ଗ ଏଭଳି ବିପଦ ପାଇଁ ସେତେ ପ୍ରସ୍ତୁତ ନଥାନ୍ତି, କିମ୍ବା ସେହି ପ୍ରସ୍ତୁତି ପାଇଁ ସମ୍ବଳ ବି ନଥାଏ । ଏଭଳି ପରିସ୍ଥିତିରେ ସରକାରଙ୍କ ଦ୍ୱାରା ଟିକାକରଣ ହିଁ ଏକ ମାତ୍ର ବାଟ । କାରଣ ସେମାନଙ୍କୁ ସେଭଳି ଆର୍ଥିକ ସାହାଯ୍ୟ ମିଳିବାର ସମ୍ଭାବନା ନଥାଏ ।