ଫୁଟବଲ ଭଳି ଆଇପିଏଲରେ ମଧ୍ୟ ସିଜନ ମଧ୍ୟକ୍ରମରେ ଖେଳାଳୀ ଦଳ ପରିବର୍ତ୍ତନ କରିବେ । ଏହାକୁ ମିଡ ସିଜିନ ଟ୍ରାନ୍ସଫର କୁହାଯାଏ ଯାହାକି ଫୁଟବଲରେ ସାଧାରଣ ଅଟେ । କିନ୍ତୁ କ୍ରିକେଟ ଦୁନିଆରେ ଏହା ପ୍ରଥମ ଥର ପାଇଁ ହେବାକୁ ଯାଉଛି । ଆଇପିଏଲ ୨୦୧୮ରେ ଖେଳାଳୀମାନେ ମିଡ ସିଜିନ ଟ୍ରାନ୍ସଫର ଅର୍ଥାତ ସିଜିନ ଅଧାରୁ ଦଳ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଏପ୍ରିଲ ୨୯ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ମେ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ କ୍ୟାପଡ ଏବଂ ଅନକେପଡ ଦୁଇ ପ୍ରକାର ଖେଳାଳୀ ଗୋଟିଏ ଦଳରୁ ଅନ୍ୟ ଦଳକୁ ଟ୍ରାନ୍ସଫର ହୋଇପାରିବେ । ତେବେ ଏହି ପ୍ରକ୍ରିୟାରେ ଏପରି ଖେଳାଳୀମାନେ ପରିବର୍ତ୍ତିତ ହେବେ ଯେଉଁମାନେ ଦୁଇଟି କିମ୍ବା ତାଠାରୁ କମ ମ୍ୟାଚରେ ଖେଳିଛନ୍ତି ।

Advertisment

publive-image

ତେବେ ଏହି କ୍ରମରେ ଯେଉଁ ଖେଳାଳୀମାନେ ଟ୍ରାନ୍ସଫର ହୋଇପାରିବେ ସେମାନେ ହେଉଛନ୍ତି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ମୋଇନ ଅଲ୍ଲୀ, ମୁମ୍ବାଇ ଇଣ୍ଡିଆନ୍ସର ଜେପି ଡୁମିନି, ସନରାଇଜର୍ସ ହାଇଦ୍ରାବାଦର ଆଲେକ୍ସ ହେଲ୍ସ, ରାଜସ୍ଥାନ ରୟାଲ୍ସର ଇଶ ସୋଢି ଏବଂ ଦିଲ୍ଲୀ ଡେୟାରଡେଭିଲ୍ସର ସନ୍ଦିପ ଲାମିଛାନେ । ତେବେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଏହି ପ୍ରକ୍ରିୟାକୁ ସ୍ୱାଗତ ଜଣାଇଛନ୍ତି ।

ଆଇପିଏଲର କର୍ମକର୍ତ୍ତା ମାନେ ଏଭଳି ଆଇଡିଆ ପ୍ରସିଦ୍ଧ ଫୁଟବଲ ଲିଗରୁ ନେଇଛନ୍ତି । ଏଥିରେ ସିଜିନ ମଧ୍ୟରୁ ଖେଳାଳୀ ପରିବର୍ତ୍ତନ କରାଯାଇଥାଏ । ଆଇପିଏଲରେ ମଧ୍ୟ ଏଭଳି ପ୍ରଥା ଆରମ୍ଭ ହୋଇଗଲାଣି । ତେବେ ଯେଉଁ ଦଳ ଗୁଡିକ ଖେଳାଳୀ ପରିବର୍ତ୍ତନ କରିବେ ସେମାନଙ୍କୁ ଆଇନ ପ୍ରକ୍ରିୟା ଅନୁସାରେ ଏଥିରେ ସାମିଲ ହେବାକୁ ପଡିବ ।

publive-image

ଆଇପିଏଲରେ ପ୍ରତି ଦଳ ପାଖରେ ପାଖାପାଖି ୨୫ଜଣ ଖେଳାଳୀ ରହିଛନ୍ତି । କିନ୍ତୁ ମ୍ୟାଚରେ ଦଳ କେବଳ ୧୮ କିମ୍ବା ୧୯ ଜଣ ଖେଳାଳୀଙ୍କୁ ହିଁ ସୁଯୋଗ ଦେଇପାରିଥାଏ । ଏପରିକି କେତେକ ପ୍ରମୁଖ ଖେଳାଳୀ ବେଞ୍ଚରେ ରହି ପୁରା ସିଜିନ ବିତେଇ ଦେଇଥାନ୍ତି । ତେବେ ମିଡ ସିଜିନ ଟ୍ରାନ୍ସଫର ପାଇଁ ପ୍ରଥମେ ୨୦୧୬ ମସିହାରେ ଯୋଜନା ପ୍ରସ୍ତୁତ ହୋଇଥିଲା ।

ଯେତେବେଳେ ଡେଲ ଷ୍ଟେନଙ୍କ ଭଳି ଖେଳାଳୀଙ୍କୁ ଗୁଜୁରାଟ ଲାୟନ୍ସ ଦଳରେ ବେଞ୍ଚରେ ରହି ସିଜିନ ବିତେଇବାକୁ ପଡିଥିଲା । ସେତେବେଳେ ଏପରି ଦୁଇଟି ଦଳ ରହିଥିଲେ ଯାହାଙ୍କୁ ବିଦେଶୀ ଫାଷ୍ଟ ବୋଲରର ଆବଶ୍ୟକତା ରହିଥିଲା ।

ଆଇପିଏଲ ଗର୍ଭନିଂ କାଉନସିଲରେ ଏହି ଯୋଜନା ଉଠିଥିଲା । ଏବଂ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ପ୍ରଥମ ଅଧିନାୟକ ଥିଲେ, ଯିଏକି ଏହାକୁ ସମର୍ଥନ କରିଥିଲେ । ରୋହିତ କହିଥିଲେ ଯେ, ମିଜ ସିଜିନ ଟ୍ରାନ୍ସଫର ହେବା ଦ୍ୱାରା ପ୍ରତି ଦଳକୁ ସୁଯୋଗ ମିଳିବ ନିଜ ଦଳକୁ ସୁଦୃଢ କରିବା ପାଇଁ ।