ମଧ୍ୟାହ୍ନ ଭୋଜନ ଚଳୁ କରିଦେଲେ ଶିକ୍ଷକ । ରୋଷେଇ ନକରି ମଧ୍ୟ କାଗଜପତ୍ରରେ ହୋଇଛି ବିଲ୍, ତଦନ୍ତ ଦାବି କଲେ ଅଭିଭାବକ ।

Advertisment
ମଧ୍ୟାହ୍ନ ଭୋଜନ ଚଳୁ କରିଦେଲେ ଶିକ୍ଷକ । ରୋଷେଇ ନକରି ମଧ୍ୟ କାଗଜପତ୍ରରେ ହୋଇଛି ବିଲ୍, ତଦନ୍ତ ଦାବି କଲେ ଅଭିଭାବକ ।

courtesy: Odisha Sun Times

କନକ ବ୍ୟୁରୋ: ଛାତ୍ରଛାତ୍ରୀ ମାନଙ୍କୁ ସୁସ୍ଥ ଏବଂ ସତେଜ ରଖିବା ସହ ସେମାନଙ୍କୁ ପ୍ରତିଦିନ ସ୍କୁଲକୁ ଆସିବା ପାଇଁ ପ୍ରୋତ୍ସାହନ ଦେଉଛନ୍ତି ରାଜ୍ୟ ସରକାର । ଯେଉଁଥି ପାଇଁ ମଧ୍ୟାହ୍ନ ଭୋଜନ ସହ କରୁଛନ୍ତି ଅନେକ ବ୍ୟବସ୍ଥା । ହେଲେ ଏହାରି ଯେଉଁ ମଧ୍ୟାହ୍ନ ଭୋଜନ ପାଇଁ ରାଜ୍ୟ ସରକାର ବାହାବାହା ନେଉଛନ୍ତି ସେଥିରେ ମଧ୍ୟ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ମଧ୍ୟାହ୍ନ ଭୋଜନ ଅର୍ଥ ଚଳୁ କରିଦେଲେ ଶିକ୍ଷକ । ଏପରି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ଗୋପ ବ୍ଲକ୍ର ବିଭିନ୍ନ ସ୍କୁଲରୁ ।

publive-imageସୂଚନା ମୁତାବକ ଗୋପ ବ୍ଲକ୍ ଅଧିନରେ ଥିବା ୨୪୬ଟି ଶିକ୍ଷା ଅନୁଷ୍ଠାନ ମଧ୍ୟରୁ ୮୫ଟି ସ୍କୁଲରେ ମଧ୍ୟାହ୍ନ ଭୋଜନ ଅର୍ଥ ହଡପ ହୋଇଥିବା ଅଭିଯୋଗ ହୋଇଛି । ଗୁରୁ ଦିବସ ଦିନ ରୋଷେଇ ନକରି କାଗଜପତ୍ରରେ ରୋଷେଇ କରାଯାଇଥିବା ଦେଖାଇଛନ୍ତି ଶିକ୍ଷକ । କାହିଁକି ମଧ୍ୟାହ୍ନ ଭୋଜନ ରନ୍ଧା ଯାଇ ନଥିଲା ସେ ନେଇ ମଧ୍ୟ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ପ୍ରଧାନଶିକ୍ଷକ ମାନେ । କାହାର କଥାରେ ତାଳମେଳ ରହୁନଥିଲା । ଜଣେ ରୋଷେୟାର ଦେହ ଖରାପ କହୁଥିଲେ ତ ଆଉ ଜଣେ ଜାଳ ଓଦା ହୋଇଛି ବୋଲି ସଫେଇ ରଖିଥିଲେ ।

publive-imageଛାତ୍ରଛାତ୍ରୀମାନେ କିଭଳି ପ୍ରତିଦିନ ପାଠଶାଳାକୁ ଆସିବା ସହ ଶିକ୍ଷାଦାନ ଏବଂ ସେମାନଙ୍କୁ ସୁସ୍ଥ ରଖିବାରେ ଶିକ୍ଷକମାନଙ୍କର ମଧ୍ୟ ରହିଥାଏ ଅନେକ ଭୂମିକା । କିନ୍ତୁ ମଧ୍ୟାହ୍ନଭୋଜନ ରନ୍ଧା ନଯାଇ ଅର୍ଥ ହଡପ ଅଭିଯୋଗକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ । ଆଉ ଦୁର୍ନୀତିଖୋର ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe