ସ୍କୁଲରେ ନାହିଁ ରୋଷେଇ ଘର, ପାଇଖାନା ଘରେ ଚାଲିଛି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି  । ନୟାଗଡା ବାଲିସାହି ପ୍ରାଥମିକ ସ୍କୁଲରୁ ଆସିଲା ଅବ୍ୟବସ୍ଥାର ଚିତ୍ର  । ଶିକ୍ଷକଙ୍କ ପାଖରେ ଉତ୍ତର ନାହିଁ ।

69

କନକ ବ୍ୟୁରୋ: ସ୍କୁଲରେ ନାହିଁ ରୋଷେଇ ଘର । ପାଇଖାନା ଘରେ ଚାଲିଛି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି । ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ ବାଲିସାହି ପ୍ରାଥମିକ ସ୍କୁଲରେ ଦେଖିବାକୁ ମିଳିଛି ଏପରି ଅବ୍ୟବସ୍ଥାର ଚିତ୍ର । ଘଟଣା ସଂପର୍କରେ ଜାଣିବା ପରେ ସ୍କୁଲରେ ପହଞ୍ଚିଥିଲା କନକ ନ୍ୟୁଜ୍ । ଘଟଣା ସଂପର୍କରେ ସ୍କୁଲର ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକଙ୍କୁ ପଚରାଯାଇଥିଲା । ହେଲେ ଏପରି ଅବ୍ୟବସ୍ଥା ନେଇ କୌଣସି ଉତର ଦେଇପାରିନଥିଲେ ଶିକ୍ଷକ ।

ସ୍କୁଲରେ ମୋଟ୍ ୧୭ ଜଣ ପିଲା ପାଠ ପଢୁଥିବା ବେଳେ ଅଛନ୍ତି ୨ ଜଣ ଶିକ୍ଷକ । ୨୦୧୧ ମସିହାରୁ ପ୍ରତିଷ୍ଠିତ ଏହି ସ୍କୁଲରେ ଏକ ରୋଷେଇ ଘର ନିର୍ମାଣାଧିନ ଅବସ୍ଥାରେ ଦୀର୍ଘ ଦିନ ହେବ ପଡିରହିଥିବା ବେଳେ କାମଚଳାରେ ଚାଲିଛି ରୋଷେଇ କାମ । ଅଶ୍ଚର୍ଯ୍ୟର କଥା ବର୍ଷେ ହେଲା ଏହି ସ୍କୁଲରେ କାର୍ଯ୍ୟକରୁଥିବା ପ୍ରଧାନ ଶିକ୍ଷୟୀତ୍ରୀ ରୋଷେଇ ଘରର ସ୍ଥିତି ସଂପର୍କରେ କିଛି ଜାଣି ନଥିବା କହୁଛନ୍ତି । ଅନ୍ୟପଟେ ରୋଷେଇ ଘର ସଂପର୍କରେ ସମସ୍ତଙ୍କୁ ଅବଗତ କରାଯାଇଥିବା ସହକାରୀ ଶିକ୍ଷକ କହିଛନ୍ତି ।