ପୁଣି ଇଣ୍ଡିଗୋ ବିମାନ ଭିତରେ ବିଭ୍ରାଟ, ମଦ୍ୟପାନ କରି କର୍ମଚାରୀଙ୍କୁ ଗାଳିଦେବା ପଡିଲା ମହଙ୍ଗା

Advertisment
ପୁଣି ଇଣ୍ଡିଗୋ ବିମାନ ଭିତରେ ବିଭ୍ରାଟ, ମଦ୍ୟପାନ କରି କର୍ମଚାରୀଙ୍କୁ ଗାଳିଦେବା ପଡିଲା ମହଙ୍ଗା

କନକ ବ୍ୟୁରୋ : ବିମାନରେ ମଦ ପିଇ ବିମାନ କର୍ମଚାରୀଙ୍କୁ ଗାଳି କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ । ଦୁବାଇରୁ ମୁମ୍ବାଇ ଆସୁଥିବା ଏକ ଇଣ୍ଡିଗୋ ବିମାନରେ ଯାତ୍ରୀ ଦୁଇ ଜଣ ମଦ ପିଉଥିଲେ । ବିମାନ କମଚାରୀ ତାଙ୍କୁ ସେଠାରେ ମଦ ପିଇବାକୁ ବାରଣ କରିଥିଲେ ମଧ୍ୟ ସେମାନେ ଶୁଣିନଥିଲେ । ପରେ ଦୁଇ ଯାତ୍ରୀ ବିମାନ କର୍ମଚାରୀ ଏବଂ ଅନ୍ୟ ଯାତ୍ରୀମାନଙ୍କୁ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହୋଇଛି । ବିମାନ ଆସି ମୁମ୍ବାଇରେ ପହଂଚିବା ପରେ ଉଭୟ ଯାତ୍ରୀଙ୍କୁ ଗିରଫ କରାଯାଇଛି । ପ୍ରୋଟକଲ ଅନୁଯାୟୀ, ଉଭୟ ଯାତ୍ରୀଙ୍କୁ ସିଆଇଏସ୍ଫ୍ ସୁରକ୍ଷା କର୍ମୀଙ୍କୁ ଜିମା ଦିଆଯାଇଥିଲା । ଏନେଇ ଏୟାରଲାଇନ୍ସ ପକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ କରାଯାଇଥିଲା । ତେବେ ଗିରଫ ପରେ ସେମାନଙ୍କୁ କୋର୍ଟ ଜାମିନ ପ୍ରଦାନ କରିଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe