କନକ ବ୍ୟୁରୋ: ସଫ୍ଟୱୟାର କମ୍ପାନୀ ମାଇକ୍ରୋସଫ୍ଟର ଉଇଣ୍ଡୋଜ ଅପରେଟିଂ ସିଷ୍ଟମ କ୍ରାସ। ସାରା ବିଶ୍ବରେ ଏହା କ୍ରାସ ହୋଇଛି । ଏହାଦ୍ବାରା ବିମାନ ସେବା, ବ୍ୟାଙ୍କି ସେବା, ସପିଂ ମଲରେ ସେବା ଆଦି ଗୁରୁତର ଭାବେ ପ୍ରଭାବିତ ହୋଇଛି। କଂପ୍ୟୁଟରରେ ଏକ ବ୍ଲ୍ୟୁ ସ୍କ୍ରିନ ଏରର ଦେଖଉଛି। ଇଣ୍ଡିଗୋ, ଭିସ୍ତାରା, ଏୟାର ଇଣ୍ଡିଆ, ସ୍ପାଇସ ଜେଟ୍ ଭଳି ବିମାନ କମ୍ପାନୀ ସେବା ପ୍ରଭାବିତ ହୋଇଥିବା ନେଇ ଏକ୍ସରେ ସ୍ପଷ୍ଚୀକରଣ ରଖିଛନ୍ତି । ଯାତ୍ରୀଙ୍କୁ ଧୈାର୍ଯ୍ୟ ଧରିବାକୁ ବିମାନ କଂପାନୀ ପକ୍ଷରୁ ନିବେଦନ କରାଯାଇଛି । ମାଇକ୍ରୋସଫ୍ଚ ମଧ୍ୟ ଏହାକୁ ନେଇ ବିବୃତି ଜାରି କରିଛି। ଜରୁରୀକାଳୀନ ଭାବେ ସମସ୍ୟାକୁ ଗୁରୁତର ସହ ନିଆଯାଇ ସମସ୍ୟାର ସମାଧାନ କରାଯାଉଥିବା କୁହାଯାଇଛି । କଣ ସମସ୍ୟା ହୋଇଛି ଏହାର କାରଣ ଖୋଜାହେଉଛି ବୋଲି ମାଇକ୍ରୋସଫ୍ଟ ପକ୍ଷରୁ କୁହାଯାଇଛି। ସେପଟେ ମାଇକ୍ରୋସଫ୍ଟ ସର୍ଭର ଡାଉନର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି । ଏୟାରପୋର୍ଟ ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ, ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରାୟ ସମସ୍ତ ବିମାନ ବିଳମ୍ୱରେ ଚାଲିଛି। ବୋର୍ଡିଂ ପାସ ବର୍ତ୍ତମାନ ମାନୁଆଲି କରାଯାଉଛି। ଇଣ୍ଡିଗୋର ୪ଟି ବିମାନ ବାତିଲ ହୋଇଛି। ୧ ଘଣ୍ଟା ପୂର୍ବରୁ ଯାତ୍ରୀଙ୍କ ପାଖକୁ ମେସେଜ ମାଧ୍ୟମରେ ବିମାନ ବନ୍ଦର ତରଫରୁ ସୂଚନା ଦଆଯାଇଛି। ହେଲେ ଅନେକ ଯାତ୍ରୀ ବର୍ତ୍ତମାନ ବିମାନ ବନ୍ଦରକୁ ଆସି ଫେରୁଛନ୍ତି। କୌଣସି ବିକଳ୍ପ ମଧ୍ୟ ଯାତ୍ରୀଙ୍କ ପାଇଁ ଦିଆଯାଇପାରୁନାହିଁ। କିଛି ବିମାନ ବିଳମ୍ବ ମଧ୍ୟ ରହିଛି।