କନକବ୍ୟୁରୋ: ମାଇକ୍ରୋସଫ୍ଟ ସର୍ଭର ଡାଉନ ଘଟଣାରେ ସୁଧୁରୁଛି ସ୍ଥିତି । ଗତକାଲି ପ୍ରଭାବିତ ହୋଇଥିବା ବିମାନ ଚଳାଚଳ, ଆଜି ସ୍ୱାଭାବିକ ହେବାରେ ଲାଗିଛି। ଏଭିଏସନ୍ ମନ୍ତ୍ରାଳୟର ସୂଚନା, ବିମାନ ଚଳାଚଳ ସ୍ୱାଭାବିକ ହେଉଛି। ଯେଉଁମାନଙ୍କ ବିମାନ ବାତିଲ ହୋଇଛି, ସେମାନଙ୍କୁ ମଧ୍ୟ ଟଙ୍କା ଫେରସ୍ତ କରାଯାଉଛି । ଗତକାଲି ମାଇକ୍ରୋସଫ୍ଟର ସର୍ଭର ପ୍ରାୟ ୧୫ ଘଣ୍ଟା ଧରି ଅଚଳ ହୋଇଯାଇଥିଲା। ଆଉ ଏଥିପାଇଁ ସାରା ବିଶ୍ୱ ଅଚଳ ହୋଇଯାଇଥିଲା। ବିଶେଷ କରି ବିମାନ ଚଳାଚଳ ପ୍ରଭାବିତ ହୋଇଥିଲା। ଏହାସହ ଟ୍ରେନ୍, ବ୍ୟାଙ୍କ ସେବା ଭଳି ଅନେକ ଅନଲାଇନ ସେବା ମଧ୍ୟ ପ୍ରଭାବିତ ହୋଇଥିଲା । ଆଣ୍ଟି ଭାଇରସରେ ଭୁଲ ଅପଡେଟ୍ ପାଇଁ ୧୫ ଘଣ୍ଟା ଧରି ବନ୍ଦ ହୋଇଯାଇଥିଲା ମାଇକ୍ରୋସଫ୍ଟ ସର୍ଭର।
ମାଇକ୍ରୋସଫ୍ଟ ସର୍ଭର ଡାଉନ ଘଟଣା । ଆଣ୍ଟି ଭାଇରସରେ ଭୁଲ ଅପଡେଟ୍ ପାଇଁ ୧୫ ଘଣ୍ଟା ଧରି ବନ୍ଦ ହୋଇଯାଇଥିଲା ମାଇକ୍ରୋସଫ୍ଟ ସର୍ଭର
Advertisment
Follow Us