ଭୁବନେଶ୍ୱର ସିଇଟି ଇଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କ ବଡ ସଫଳତା । ବାର୍ଷିକ ୪୩ ଲକ୍ଷ ଟଙ୍କା ପ୍ୟାକେଜରେ ମାଇକ୍ରୋସଫ୍ଟରେ ନିଯୁକ୍ତି ପାଇଲେ ମୁସକାନ୍, ହରକିଶନଙ୍କୁ ମିଳିଲା ୩୦ ଲକ୍ଷର ପ୍ୟାକେଜ ।

2,404

କନକ ବ୍ୟୁରୋ : ମହାମାରୀ କରୋନା ସମୟରେ ଅନେକ ଚାକିରୀ ହରାଉଥିବାବେଳେ ବଡ ପ୍ୟାକେଜରେ ଚାକିରୀ ପାଇଛନ୍ତି ଓଡିଆ ଛାତ୍ରୀ । ଭୁବନେଶ୍ୱର ସିଇଟି ଇଂଜିନିୟରିଂ କଲେଜର କମ୍ପ୍ୟୁଟର ବିଭାର ଛାତ୍ରୀ ମୁସକାନ ଖେଡିଆ ବାର୍ଷିକ ୪୩ଲକ୍ଷ ଟଙ୍କା ପ୍ୟାକେଜରେ ମାଇକ୍ରୋସଫ୍ଟ କମ୍ପାନୀରେ ନିଯୁକ୍ତି ପାଇଛନ୍ତି । ଏତେ କମ୍ ବୟସରେ ଓ ଜୀବନର ପ୍ରଥମ ଚାକିରୀ ଏତେ ବଡ ପ୍ୟାକେଜରେ ପାଇବା ମୁସକାନଙ୍କ ପାଇଁ ସଫଳତାର ପ୍ରଥମ ସୋପାନ ହୋଇଛି ।

ସେହିପରି ମୁସକାନଙ୍କ ବ୍ୟାଚର ହରକୀଶନ ସିଂହ ଟାଇମ୍ସସ୍କେଲ କମ୍ପାନୀରେ ବାର୍ଷିକ ୩୦ ଲକ୍ଷ ଟଙ୍କାରେ ପ୍ଲେସମେଣ୍ଟ ପାଇଛନ୍ତି । ଏହି ସଫଳତା ପାଇଁ ସେମାନଙ୍କୁ କଲେଜ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଶୁଭେଛା ଜଣାଇଛନ୍ତି । କରୋନା ମହାମାରୀ ଯୋଗଁ ଦେଶରେ ଲକଡାଉନ୍ ସଟଡାଉନ ଲାଗୁ ହେବା ପରେ କୋଟି କୋଟି କର୍ମଜୀବୀ ଚାକରୀ ହରାଇଥିଲେ । କଟକଣା ହଟିବା ପରେ ଏଥିରେ କିଛି ମାତ୍ରାରେ ସୁଧାର ଆସିଛି । ହେଲେ ଚାକିରୀ ହରାଇଥିବା ଲୋକଙ୍କୁ ସେଭଳି ଆଖିଦୃଶିଆ ନିଯୁକ୍ତି ମିଳି ପାରିନାହିଁ । ଆଉ ଏଭଳି ସମୟରେ ଭୁବନେଶ୍ୱର ସିଇଟିର ଦୁଇ ଛାତ୍ରଛାତ୍ରୀଙ୍କୁ ଲକ୍ଷାଧିକ ଟଙ୍କାର ନିଯୁକ୍ତି ଅନ୍ୟମାନଙ୍କୁ ନିଶ୍ଚୟ ଉତ୍ସାହିତ କରିବ ।