କନକ ବ୍ୟୁରୋ : ସଫ୍ଟୱୟାର କମ୍ପାନୀ ମାଇକ୍ରୋସଫ୍ଟର ଉଇଣ୍ଡୋଜ ଅପରେଟିଂ ସିଷ୍ଟମ କ୍ରାସ। ସାରା ବିଶ୍ବରେ ଏହା କ୍ରାସ ହୋଇଛି । ଏହାଦ୍ବାରା ବିମାନ ସେବା, ବ୍ୟାଙ୍କି ସେବା, ସପିଂ ମଲରେ ସେବା ଆଦି ଗୁରୁତର ଭାବେ ପ୍ରଭାବିତ ହୋଇଛି । କଂପ୍ୟୁଟରରେ ଏକ ବ୍ଲ୍ୟୁ ସ୍କ୍ରିନ ଏରର ଦେଖଉଛି। ଇଣ୍ଡିଗୋ, ଭିସ୍ତାରା, ଏୟାର ଇଣ୍ଡିଆ, ସ୍ପାଇସ ଜେଟ୍ ଭଳି ବିମାନ କମ୍ପାନୀ ସେବା ପ୍ରଭାବିତ ହୋଇଥିବା ନେଇ ଏକ୍ସରେ ସ୍ପଷ୍ଚୀକରଣ ରଖିଛନ୍ତି । ଯାତ୍ରୀଙ୍କୁ ଧୈର୍ୟ୍ୟ ଧରିବାକୁ ବିମାନ କଂପାନୀ ପକ୍ଷରୁ ନିବେଦନ କରାଯାଇଛି । ମାଇକ୍ରୋସଫ୍ଚ ମଧ୍ୟ ଏହାକୁ ନେଇ ବିବୃତି ଜାରି କରିଛି। ଜରୁରୀକାଳୀନ ଭାବେ ସମସ୍ୟାକୁ ଗୁରୁତର ସହ ନିଆଯାଇ ସମସ୍ୟାର ସମାଧାନ କରାଯାଉଥିବା କୁହାଯାଇଛି । କଣ ସମସ୍ୟା ହୋଇଛି ଏହାର କାରଣ ଖୋଜାହେଉଛି ବୋଲି ମାଇକ୍ରୋସଫ୍ଟ ପକ୍ଷରୁ କୁହାଯାଇଛି।

Advertisment

ମାଇକ୍ରୋସଫ୍ଟର ସର୍ଭର ଡାଉନ ହେବା ଫଳରେ ଏହାର ଅଧିକ ପ୍ରଭାବ ପାଶ୍ଚାତ୍ୟ ଦେଶ ଉପରେ ପଡିଛି । ବ୍ରିଟେନର ଅନେକ ନ୍ୟୁଜ ଚ୍ୟାନେଲର ପ୍ରସାରଣ ଠପ ହୋଇଯାଇଥିବା ବେଳେ ରେଳସେବା ବାଧାପ୍ରାପ୍ତ ହୋଇଛି । ଏପରିକି ବ୍ରିଟେନର ଷ୍ଟକ ଏକ୍ସଚେଞ୍ଜରେ ମଧ୍ୟ କାରବାର ଠପ ହୋଇଛି । ଜର୍ମାନୀ, ଆମେରିକା, ୟୁରୋପ, ତୁର୍କୀ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ହଂକଂରେ ମଧ୍ୟ ଏହି କାରଣରୁ ବିମାନ ସେବା ବାଧାପ୍ରାପ୍ତ ହୋଇଛି ।