କନକବ୍ୟୁରୋ: ଦ୍ବିତୀୟ ଦିନରେ ମାଇକ୍ରୋସଫ୍ଟ ସର୍ଭର ଡାଉନ୍ ରହିଛି। ଫଳରେ ସାରା ବିଶ୍ୱରେ ଅନଲାଇନ୍ ସେବା ପ୍ରଭାବିତ ହୋଇଛି। ତେବେ ଧିରେ ଧିରେ ସୁଧୁରୁଛି ଅଚଳ ହୋଇପଡ଼ିଥିବା ୱିଣ୍ଡୋଜ୍ ଅପରେଟିଂ ବ୍ୟବସ୍ଥା। ଏଥିପାଇଁ କିଛି ସମୟ ଲାଗିବ ବୋଲି ମାଇକ୍ରୋସଫ୍ଟ ପକ୍ଷରୁ କୁହାଯାଇଛି। ଦିଲ୍ଲୀ ଓ ଚେନ୍ନାଇ ବିମାନ ବନ୍ଦରରେ ଯାତ୍ରୀଙ୍କ ଲମ୍ବା ଲାଇନ ଲାଗିଛି।