ଗାଡି ଚୋରକୁ ଧରିବ ସ୍ମାର୍ଟ ଟେକନିକ୍ ! କିଛି କ୍ଷଣ ମଧ୍ୟରେ ଆପଣଙ୍କ ଚୋରି ହୋଇଥିବା ଗାଡିକୁ ଖୋଜିଆଣିବ ଏହି ଟେକନିକ୍ ।

21

ବାହନ ଚୋରୀ ସମସ୍ୟାକୁ ଆଖି ଆଗରେ ରଖି ମାଇକ୍ରୋଡଟ୍ ଟେକନିକ୍ ପ୍ରକ୍ରିୟାକୁ ଲାଗୁ କରିବା ପାଇଁ କେନ୍ଦ୍ରସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଲେଜର ଆଧାରର ଅତିସୂକ୍ଷ୍ମ ଡଟ୍ ଯୁକ୍ତ ବାହନକୁ ପୋଲିସ ତଦାରଖ କରିବା ପାଇଁ ଗୃହ ମନ୍ତ୍ରାଳୟ ତରଫରୁ କୁହାଯାଇଛି । ଅନ୍ୟପକ୍ଷରେ ବାହନ ଚୋରୀ ହେଉଥିବା କେନ୍ଦ୍ରସ୍ଥଳୀ କୁହାଯାଉଥିବା ଦିଲ୍ଲୀରେ ଏହି ବ୍ୟବସ୍ଥା ଲାଗୁ ହେବାର ପ୍ରସ୍ତୁତି ମଧ୍ୟ ଶେଷ ହୋଇଗଲାଣି ।

ଗୃହ ମନ୍ତ୍ରାଳୟର ଅତିରିକ୍ତ ସଚିବ ଓପି ମିଶ୍ରଙ୍କ କହିବାନୁସାରେ ଏହି ମହତ୍ତ୍ୱାକାଂକ୍ଷୀ ଯୋଜନାକୁ ଦିଲ୍ଲୀ ସମେତ ସେହି ରାଜ୍ୟରେ ପ୍ରଥମେ ଲାଗୁ କରିବା ଉଚିତ୍ ଯେଉଁଠାରେ ବାହନ ପଞ୍ଜୀକରଣ ଏବଂ ଦସ୍ତାବିଜ ସବୁ ଅନଲାଇନ୍ ରେ ଉପଲବ୍ଧ ହେଉଛି । ଏହି ଟେକନିକ କଥା କହିବାକୁ ଯାଇ ସେ କହିଥିଲେ ମାଇକ୍ରୋଡଟ୍ ସ୍ପ୍ରେ ସାହାଯ୍ୟରେ ଇଞ୍ଜିନ୍ ସମେତ ଅନ୍ୟ ସମ୍ପୁର୍ଣ୍ଣ ଗାଡି ଉପରେ ଅତିସୂକ୍ଷ୍ମ ଡଟ୍ ସ୍ପ୍ରେ କରାଯିବ । ଖାଲି ଆଖିରେ ଦେଖାଯାଉନଥିବା ଏହି ଡଟ୍ ବାହନ ଉପରେ ଲାଖିଯାଆନ୍ତି । ତେବେ ଏହି ଡଟ୍ କୁ କେବଳ ଥଣ୍ଡା କିମ୍ବା ଗରମ ପାଣିରେ ବାହାର କରାଯାଇପାରିବ । କିନ୍ତୁ ଏଥିରେ ମଧ୍ୟ ଟ୍ୱିଷ୍ଟ୍ ରହିଛି ପ୍ରତିଟି ଡଟ୍ ପାଇଁ ସିକ୍ରେଟ୍ କୋର୍ଡ ରହିଛି । ବାହନର ମାଇକ୍ରୋଚିପ୍ ପଞ୍ଜୀକରଣ କାର୍ଡ (ଆରସୀ)ରେ ମାଇକ୍ରୋଡଟ୍ କୋର୍ଡର ମିଶାଯାଏ । ଯେଉଁଥିରେ ଦିଲ୍ଲୀ ପୋଲିସ୍ ନେଟୱର୍କରେ ପୂର୍ବରୁ ଥିବା ଆରସୀ କୋର୍ଡର ବିବରଣୀ ପୁନଶ୍ଚ ପୋଲିସ୍ ପାଖକୁ ଚାଲିଆସିଥାଏ । ଗାଡି ଚୋରି ହେବା ପରେ ମୋବାଇଲ୍ ଆପ୍ ଜରିଆରେ ଗାଡି ମାଲିକ ପୋଲିସକୁ ଏଥିପ୍ରତି ଆଲର୍ଟ କରିପାରିବ । ଆଲର୍ଟ ମିଳିବା ପରେ ଲେଜରଯୁକ୍ତ ମାଇକ୍ରୋଡଟ୍ ସାହାଯ୍ୟରେ ବାହନର ଲୋକେସନ୍ ପୋଲିସ୍ ନେଟୱର୍କରେ ଚଢିଯାଏ ଏବଂ ଏହି ଡାଟା ଅନୁସାରେ ସହରରେ ପେଟ୍ରୋଲିଂରେ ଥିବା ପିସିଆର ଭ୍ୟାନ୍ ଗାଡିକୁ ଖୋଜିବାରେ ଲାଗିପଡେ । ତେବେ ଏହି ମାଇକ୍ରୋଡଟ୍ ସ୍ପ୍ରେର ଦାମ୍ ୧୫୦୦ ଟଙ୍କା ।