କନକ ବ୍ୟୁରୋ : ଯଦି ଆପଣ ବିଦେଶ ଯାତ୍ରା କରୁଛନ୍ତି ତ ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଭାରତୀୟ ନାଗରିକଙ୍କ ପାଇଁ ଖୁବଶୀଘ୍ର ନେକ୍ସଟ ଜେନରେଶନ ଇ-ପାସପୋର୍ଟ ଜାରି ହେବାକୁ ଯାଉଛି । ବିଦେଶ ମନ୍ତ୍ରଣାଳୟର ସଚିବ ସଂଜୟ ଭଟ୍ଟାଚାର୍ଯ୍ୟ ଏକ ଟ୍ୱିଟ୍ ମାଧ୍ୟମରେ ଘୋଷଣା କରିଛନ୍ତି କି ଖୁବ ଶୀଘ୍ର ଭାରତୀୟ ନାଗରିକଙ୍କ ପାଇଁ ଇ-ପାସପୋର୍ଟ ଜାରି କରାଯିବ । ଯେଉଁଥିରେ ପାସପୋର୍ଟ ଧାରକଙ୍କ ସୁରକ୍ଷିତ ବାୟୋମେଟ୍ରିକ ଡାଟା ମହଜୁତ ହୋଇ ରହିବ ।

Advertisment

ପାସପୋର୍ଟରେ ଜାଲିଆତି ରୋକିବାକୁ ଓ ଯାତ୍ରୀଙ୍କ ଇମିଗ୍ରେସନ ପ୍ରକ୍ରିୟାକୁ ସୁଗମ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସବୁଠାରୁ ବଡକଥା କି ଇ-ପାସପୋର୍ଟ କ୍ରମରେ ସାରା ବିଶ୍ୱରେ ଭାରତୀୟ ଯାତ୍ରୀଙ୍କ ଇମିଗ୍ରେସନ ସୁଗମ ହେବ ବୋଲି ବିଦେଶ ମନ୍ତ୍ରଣାଳୟର ସଚିବ କହିଛନ୍ତି । ଏହି ପୁରା ପ୍ରସଙ୍ଗରେ ବିଦେଶ ମନ୍ତ୍ରଣାଳୟ ସଂସଦରେ କହିଥିଲେ କି ନାଗରିକଙ୍କ ଉତ୍ତମ ସୁରକ୍ଷା ଦେଇପାରୁଥିବା ଚିପ୍ ସମର୍ଥିତ ଇ-ପାସପୋର୍ଟ ଜାରି କରିବାର ଯୋଜନା ରହିଛି ।

ଏହି ପାସପୋର୍ଟର ସ୍ୱତନ୍ତ୍ରତା ହେଉଛି କି, ଆବେଦକଙ୍କ ବ୍ୟକ୍ତିଗତ ସୂଚନା ଆଧାରରେ ଡିଜିଟାଲ ମାଧ୍ୟମରେ ହସ୍ତାକ୍ଷର କରାଯିବ ଓ ଏହାକୁ ଚିପରେ ଷ୍ଟୋର କରାଯିବ ଏବଂ ଏହାକୁ ପାସପୋର୍ଟ ବୁକଲେଟରେ ସାମିଲ କରାଯିବ । ଯଦି କୌଣସି ବ୍ୟକ୍ତି ଚିପ ସହିତ ଟ୍ୟାମ୍ପରିଂ କରିବାକୁ ଚେଷ୍ଟା କରିବ ଏହାର ସୂଚନା ସିଷ୍ଟମକୁ ମିଳିଯିବ । ଏହାପରେ ପାସପୋର୍ଟ ଭେରିଫିକେଶନ ବିଫଳ ହୋଇଯିବ ।

କେନ୍ଦ୍ର ସରକାର ଇ-ପାସପୋର୍ଟ ପାଇଁ ଇଲେକ୍ଟ୍ରୋନିକ କଣ୍ଟାକ୍ଟଲେସ ଇନଲେଜ କିଣିବା ପାଇଁ ଇଣ୍ଡିଆ ସିକ୍ୟୁରିଟି ପ୍ରେସ ନାସିକକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ନାସିକ ତରଫରୁ ଚିପ ସକ୍ଷମ ଇ-ପାସପୋର୍ଟ ପାଇଁ ଆବଶ୍ୟକ ନିଜର ଅପରେଟିଂ ସିଷ୍ଟମ ସହିତ ଅର୍ନ୍ତରାଷ୍ଟ୍ରୀୟ ନାଗରିକ ଉଡୟନ ସଂଗଠନକୁ ଅନୁରୂପ ଇଲେକ୍ଟ୍ରୋନିକ କଣ୍ଟାକ୍ଟଲେସ ଇନଲେଜ କିଣିବାକୁ କଣ୍ଟାକ୍ଟ ପ୍ରଦାନ କରିଛନ୍ତି ।

ନାସିକ ଦ୍ୱାରା ଟେଣ୍ଡର ଓ କିଣିବା ପ୍ରକ୍ରିୟା ସଫଳତାପୂର୍ବକ ଶେଷ ହେବା ପରେ ଇ- ପାସପୋର୍ଟ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ଏନେଇ ବିଦେଶ ମନ୍ତ୍ରଣାଳୟ ଖୁବଶୀଘ୍ର ଘୋଷଣା କରିପାରନ୍ତି !