ହାଇକୋର୍ଟରେ ମାଇକ୍ରୋ ଲେଭଲ ଇ-ଲୋକ ଅଦାଲତ : ୧୦୭ ମାମଲା ଫଇସଲା, ୬ କୋଟି ୯୧ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ
କନକ ବ୍ୟୁରୋ : ହାଇକୋର୍ଟରେ ଆଜି ମାଇକ୍ରୋ ଲେଭଲ ଇ-ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍, ପ୍ରାଧିକରଣର କାର୍ଯ୍ୟ ନିର୍ବାହୀ ଅଧୢକ୍ଷା ଜଷ୍ଟିସ ସଞ୍ଜୁ ପଣ୍ତା ଓ ହାଇକୋର୍ଟ ଆଇନସେବା କମିଟି ଅଧ୍ୟକ୍ଷ ଜଷ୍ଟିସ ସି.ଆର୍.ଦାଶଙ୍କ ମାର୍ଗଦର୍ଶନରେ ଏବଂ ହାଇକୋର୍ଟ ଆଇନସେବା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଇ-ଲୋକ ଅଦାଲତରେ ୧୦୭ଟି ମାମଲାର ଆପୋସ ବୁଝାମଣାରେ ଫଇସଲା କରାଯାଇଛି। ୩୭୬ଟି ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା।
Kanak News is now on WhatsApp
Join and get latest news updates delivered to you via WhatsApp
ଜଷ୍ଟିସ ବିଶ୍ବନାଥ ରଥ, ଜଷ୍ଟିସ୍ ସଙ୍ଗମ କୁମାର ସାହୁ, ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀ ଓ ଜଷ୍ଟିସ୍ ସାବିତ୍ରୀ ରଥ ଅନୁଷ୍ଠିତ ଲୋକ ଅଦାଲତରେ ମାମଲା ଗୁଡିକର ଫଇସଲା କରିଥିଲେ। ମୋଟର ଦୁର୍ଘଟଣା ବୀମା କ୍ଷତିପୂରଣ ସଂପର୍କିତ ମାମଲାର ଶୁଣାଣି କରାଯାଇ କ୍ଷତିପୂରଣ ବାବଦରେ ୬ କୋଟି ୯୧ ଲକ୍ଷ ୫୬ ହଜାର ୬୫୬ ଟଙ୍କା ପ୍ରଦାନ ପାଇଁ ଆଜି ଅନୁଷ୍ଠିତ ମାଇକ୍ରୋ ଲେଭଲ ଇ-ଲୋକ ଅଦାଲତରେ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂଚନା ମିଳିଛି।