କନକ ବ୍ୟୁରୋ: ଅନୁଗୋଳ ସହରର ଆବର୍ଜନା ପୌରପାଳିକା ପାଇଁ ମୁଣ୍ଡବ୍ୟଥା ର କାରଣ ସାଜିଥିଲା । ଅନେକ ସମୟରେ ଆଳିହା ପକାଇବାକୁ ନେଇ ବାଦବିବାଦ ଦେଖାଦେଉଥିଲା।କିନ୍ତୁ ଏବେ ଓଦା ଅଳିଆ ଆଉ ଡ଼ମ୍ପୟାର୍ଡରେ ପଡୁନାହିଁ । ବରଂ ସେଥିରେ ତିଆରି ହେଉଛି ଜୈବିକ ଖତ ଏହାକୁ ବ୍ୟବସାୟ କରି ସ୍ଥାନୀୟ ସ୍ୱୟଂସହାୟକ ଗୋଷ୍ଠୀ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଆଉ ଅନୁଗୁଳରେ ପ୍ରଥମ ଥର ପାଇଁ କରାଯାଇଥିବା ଏହି ଉଦ୍ୟମ ସଫଳ ହୋଇଛି।
ଏବେ ଆସନ୍ତୁ ନଜର ପକାଇବା ଅଳିଆରୁ କେମିତି ପ୍ରସ୍ତୁତ ହେଉଛି ଜୈବିକ ସାର । ୨ ମାସ ପୂର୍ବରୁ ପୌରପାଳିକା ପକ୍ଷରୁ ସହରରୁ ଓଦା ଓ ଶୁଖିଲା ଆବର୍ଜନା ସଂଗ୍ରହ କରାଯାଇଥିଲା । ଆବର୍ଜନା ଗୁଡିକୁ ହୁଲୁରିସିଂହା, ମିଶ୍ରପଡା ଓ ହେମସୁରପଡା ଏମସିସିରେ ପକାଯାଉଥିଲା । ଓଦା ଅଳିଆ ସହ ଗୁଡ, ଦହି, ପାଣି ଓ କୁଣ୍ଡାରୁ ପ୍ରସ୍ତୁତ ରସାୟନିକ ମିଶ୍ରଣ କରାଯାଏ । ୪୨ ଦିନ ଧରି ଏହି ପ୍ରକ୍ରିୟା ଜାରି ରହିବା ପରେ ଜୈବିକ ଖତ ପ୍ରସ୍ତୁତ କରାଯାଇଛି । ଆଉ ଏହି ଜୈବିକ ଖତକୁ ୨୦ ଟଙ୍କାରେ ବିକ୍ରି କରାଯାଉଛି । ପ୍ଲାଂଟ ନିର୍ମାଣ ଓ କଂଚାମାଲ ପାଇଁ ସମସ୍ତ ଖର୍ଚ୍ଚ କରିବା ସହ ମେସିନ ଯୋଗାଇ ଦେଇଛି ଅନୁଗୁଳ ପୌରପାଳିକା ବହନ କରୁଛି ।
Follow Us