ଜାତୀୟ ସ୍ତରରେ ବଢୁଛି ଓଡିଆଙ୍କ ପତିଆରା । ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ମାଇକେଲ ଦେବବ୍ରତ ପାତ୍ରଙ୍କୁ ମିଳିଲା ନିଯୁକ୍ତି ।

Advertisment
ଜାତୀୟ ସ୍ତରରେ ବଢୁଛି ଓଡିଆଙ୍କ ପତିଆରା । ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ମାଇକେଲ ଦେବବ୍ରତ ପାତ୍ରଙ୍କୁ ମିଳିଲା ନିଯୁକ୍ତି ।

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କରେ ପୁଣି ଜଣେ ଓଡିଆ । ମାଇକେଲ ଦେବବ୍ରତ ପାତ୍ରଙ୍କୁ ଡେପୁଟି ଗଭର୍ଣ୍ଣର ଭାବେ ୩ ବର୍ଷ ପାଇଁ ନିଯୁକ୍ତି ଦେଇଛି କ୍ୟାବିନେଟର ନିଯୁକ୍ତି କମିଟି । ମୁଦ୍ରାନୀତି, ଅନ୍ତର୍ଜାତୀୟ ବିତ୍ତୀୟ ପରିଚାଳନାରେ ଦେବବ୍ରତ ପାତ୍ରଙ୍କ ବିଶେଷ ଅଭିଜ୍ଞତା ରହିଛି । ତେଣୁ ଗୁରୁତ୍ୱପୂର୍ଣ୍ଣ ମୁଦ୍ରାନୀତି ବିଭାଗର ଦାୟିତ୍ୱ ତାଙ୍କୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।

ବରିଷ୍ଠ ଓଡ଼ିଆ ଆଇଏଏସ୍ ଅଧିକାରୀ ଶକ୍ତିକାନ୍ତ ଦାସ ଆରବିଆଇ ଗଭର୍ଣ୍ଣର ଥିବା ବେଳେ ଡେପୁଟି ଗଭର୍ଣ୍ଣର ଭାବେ ଅଛନ୍ତି ବିଭୁ ପ୍ରସାଦ କାନୁନଗୋ । ଏବେ ମାଇକେଲ ଦେବବ୍ରତ ପାତ୍ରଙ୍କୁ ଡେପୁଟି ଗଭର୍ଣ୍ଣର ଭାବେ ମିଳିଛି ନିଯୁକ୍ତି । କ୍ୟାବିନେଟର ନିଯୁକ୍ତି କମିଟି ୩ ବର୍ଷ ପାଇଁ ଏହି ନିଯୁକ୍ତି ଦେଇଛନ୍ତି । ଚତୁର୍ଥ ଡେପୁଟି ଗଭର୍ଣ୍ଣର ଭାବେ ବିରଳ ଆଚାର୍ଯ୍ୟଙ୍କ ସ୍ଥାନରେ ଦେବବ୍ରତଙ୍କୁ ନିଯୁକ୍ତି ମିଳିଛି । ବିରଳ ଆଚାର୍ଯ୍ୟ ପଦ ଛାଡିବା ପରେ ଗତ ବର୍ଷ ଜୁଲାଇ ୨୩ ତାରିଖରୁ ଏହି ପଦବୀ ଖାଲି ପଡିଥିଲା ।

ମାଇକେଲ୍ ଦେବବ୍ରତ ପାତ୍ରଙ୍କ କ୍ୟାରିୟର :
୧୯୮୫ରେ ଆରବିଆଇରେ ଯୋଗଦାନ
୨୦୦୫ରେ ସେଣ୍ଟ୍ରାଲ ବ୍ୟାଙ୍କର ମୁଦ୍ରାନୀତି ବିଭାଗରେ କାର୍ଯ୍ୟରତ
ରେଭେନସା କଲେଜରେ ସ୍ନାତକ, ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର
ମୁମ୍ବାଇ ଆଇଆଇଟିରେ ଅର୍ଥନୀତିରେ ପିଏଚଡି
ହାବାର୍ଡ ୟୁନିଭରସିଟିରେ ରିସର୍ଚ୍ଚ ଫେଲୋ

ମୁଦ୍ରାନୀତି, ଅନ୍ତର୍ଜାତୀୟ ବିତ୍ତୀୟ ପରିଚାଳନାରେ ଦେବବ୍ରତ ପାତ୍ରଙ୍କ ବିଶେଷ ଅଭିଜ୍ଞତା ରହିଛି । ଗୁରୁତ୍ୱପୂର୍ଣ୍ଣ ମୁଦ୍ରାନୀତି ବିଭାଗର ଦାୟିତ୍ୱ ତାଙ୍କୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ଡେପୁଟି ଗଭର୍ଣ୍ଣର ଭାବେ ମାଇକେଲ ଦେବବ୍ରତ ପାତ୍ରଙ୍କ ନିଯୁକ୍ତି ପରେ ଶକ୍ତିକାନ୍ତ ଦାସ ଆରବିଆଇ ଗଭର୍ଣ୍ଣର, ୪ ଜଣ ଡେପୁଟି ଗଭର୍ଣ୍ଣରଙ୍କ ମଧ୍ୟରୁ ଏବେ ଦୁଇ ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି । ତେଣୁ ଦେଶର ଅର୍ଥନୀତିକୁ ଆଗକୁ ନେବାର ଦାୟିତ୍ୱ ପଡିଛି ୩ ଜଣ ଓଡ଼ିଆଙ୍କ ହାତରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe