ଆଇପିଏଲ ୨୦୧୯ ଫାଇନାଲ୍ ଫାଇଟ୍ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ମୁମ୍ବାଇ ଇଣ୍ଡିଆନ୍ସ ।

95

କନକ ବ୍ୟୁରୋ : ଆଇପିଏଲ ୨୦୧୯ ଫାଇନାଲ ଫାଇଟରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି । ତେବେ ପ୍ରଥମେ ବୋଲିଂ କରିବ ଧୋନୀ ବାହିନୀ । ମୁମ୍ବାଇ ଇଣ୍ଡିଆନ୍ସ ନିଜ ଦଳରେ ଗୋଟିଏ ପରିବର୍ତ୍ତନ କରିଛି । ସ୍ପିନର ଜୟନ୍ତ ଯାଦବଙ୍କ ସ୍ଥାନରେ ବାମହାତୀ ପେସ୍ ବୋଲର ମିଚେଲ୍ ମ୍ୟାକକ୍ଲିନାଘନଙ୍କୁ ସାମିଲ୍ କରାଯାଇଛି । ଅନ୍ୟପଟେ ଦଳ ଅପରିବର୍ତ୍ତିତ ରଖିଛି ଚେନ୍ନାଇ ସୁପରକିଙ୍ଗସ ।

ଚଳିତ ଥର ମୁମ୍ବାଇ ଟିମ୍‌ କ୍ୱାଲିଫାୟର-୧ରେ ଚେନ୍ନାଇକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଏବଂ ଚେନ୍ନାଇକୁ ଲିଗ ମ୍ୟାଚ୍‌ରେ ମଧ୍ୟ ୨ ଥର ହରାଇଛି । ଏମିତି ଭାବରେ ଆଇପିଏଲ୍‌ରେ ଉଭୟ ଟିମ୍‌ ମଧ୍ୟରେ ୪ର୍ଥ ଥର ପାଇଁ ମୁହାଁମୁହିଁ ହେଉଛି କିନ୍ତୁ ଏଥର ପୂର୍ବାପେକ୍ଷା ବହୁତ ଅଲଗା । କାରଣ ଉଭୟ ଟମ୍‌ରେ ଅନେକ ଖେଳାଳି ନୂଆଁ ।