କନକ ବ୍ୟୁରୋ : ଆଇପିଏଲ ୨୦୧୯ ଫାଇନାଲ ଫାଇଟରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି । ତେବେ ପ୍ରଥମେ ବୋଲିଂ କରିବ ଧୋନୀ ବାହିନୀ । ମୁମ୍ବାଇ ଇଣ୍ଡିଆନ୍ସ ନିଜ ଦଳରେ ଗୋଟିଏ ପରିବର୍ତ୍ତନ କରିଛି । ସ୍ପିନର ଜୟନ୍ତ ଯାଦବଙ୍କ ସ୍ଥାନରେ ବାମହାତୀ ପେସ୍ ବୋଲର ମିଚେଲ୍ ମ୍ୟାକକ୍ଲିନାଘନଙ୍କୁ ସାମିଲ୍ କରାଯାଇଛି । ଅନ୍ୟପଟେ ଦଳ ଅପରିବର୍ତ୍ତିତ ରଖିଛି ଚେନ୍ନାଇ ସୁପରକିଙ୍ଗସ ।
ଚଳିତ ଥର ମୁମ୍ବାଇ ଟିମ୍ କ୍ୱାଲିଫାୟର-୧ରେ ଚେନ୍ନାଇକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଏବଂ ଚେନ୍ନାଇକୁ ଲିଗ ମ୍ୟାଚ୍ରେ ମଧ୍ୟ ୨ ଥର ହରାଇଛି । ଏମିତି ଭାବରେ ଆଇପିଏଲ୍ରେ ଉଭୟ ଟିମ୍ ମଧ୍ୟରେ ୪ର୍ଥ ଥର ପାଇଁ ମୁହାଁମୁହିଁ ହେଉଛି କିନ୍ତୁ ଏଥର ପୂର୍ବାପେକ୍ଷା ବହୁତ ଅଲଗା । କାରଣ ଉଭୟ ଟମ୍ରେ ଅନେକ ଖେଳାଳି ନୂଆଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/mum-1-1.jpg)