ଆଇପିଏଲ ଟକ୍କର: ଟସ ଜିତି ମୁମ୍ବାଇର ବ୍ୟାଟିଂ ନିଷ୍ପତ୍ତି, ପ୍ରଥମେ ବୋଲିଂ କରିବ ହାଇଦ୍ରାବାଦ 

105

କନକ ବ୍ୟୁରୋ: ଆଜିର ଆଇପିଏଲ ଶେଷ ଲିଗ ମ୍ୟାଚରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ମୁମ୍ବାଇ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ ଦଳ । ଏହି ମ୍ୟାଚ ମୁମ୍ବାଇ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ମୁମ୍ବାଇ ଯଦି ଏହି ମ୍ୟାଚରେ ବଡ ବ୍ୟବଧାନରେ ବିଜୟୀ ହୁଏ ତେବେ ପ୍ଲେ ଅଫ ଖେଳିବାର ସମ୍ଭାବନା ରହିଛି । ହେଲେ ଯଦି ମ୍ୟାଚରେ ହାରି ଯାଏ କିମ୍ବା ସଂଘର୍ଷ କରି ଜିତେ ତେବେ ମୁମ୍ବାଇର ପ୍ଲେ ଅଫ ଆଶା ମୁଉଳି ଯିବ ।

କୋଲକାତା ଏବେ ପ୍ଲେଅଫରେ ପ୍ରବେଶ କରି ସାରିଛି । କୋଲକାତାର ରନ ରେଟ ପ୍ଲସରେ ଥିବାରୁ କୋଲକାତାର ପ୍ଲେ ଅଫ ଯିବା ଏକ ପ୍ରକାର ସ୍ପଷ୍ଟ ହୋଇସାରିଛି । ମୁମ୍ବାଇ ଏହି ମ୍ୟାଚରେ ସଂଘର୍ଷ କରି ଜିତିଲେ କୋଲକାତା ସହ ପଏଣ୍ଟରେ ସମାନ ହେବ ହେଲେ ରନ ରେଟରେ ପଛରେ ପଡିଯିବ । ତେଣୁ ଆଜିର ମ୍ୟାଚରେ ମମ୍ବାଇକୁ କମାଲ କରିବାକୁ ହେବ ।