ମୁମ୍ବାଇକୁ ଅଟକାଇଲା ଚେନ୍ନାଇ ଏକ୍ସପ୍ରେସ : ଧୋନୀ ବାହିନୀର ଧୁଆଁଧାର ବୋଲିଂ ଆଗରେ ଫିକା ପଡିଲା ମୁମ୍ବାଇର ବ୍ୟାଟିଂ : ଚେନ୍ନାଇ ଆଗରେ ୧୬୩ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ଦଳ

936

କନକ ବ୍ୟୁରୋ : ଆଜି ଆରମ୍ଭ ହୋଇଯାଇଛି ଆଇପିଏଲର ଉଦଘାଟନୀ ମ୍ୟାଚ । ଏଥିରେ ଚେନ୍ନାଇ ସୁପର କିଙ୍ଗସ୍ ଦଳ ଚମତ୍କାର ବୋଲିଂ କରିବାର ନଜର ଆସିଛି । ଫଳରେ ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ୧୬୨ ରନ୍ ରେ ସୀମିତ ରଖିଛି । ଏହାସହ ଚେନ୍ନାଇ ଆଗରେ ବର୍ତ୍ତମାନ ୧୬୩ ରନର ଟାର୍ଗେଟ ରହିଛି ।

ଚେନ୍ନାଇ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ବୋଲିଂ ନିଷ୍ପତ୍ତି ନେଇଥିଲା । ତେଣୁ ପ୍ରଥମେ ମୁମ୍ବାଇ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ।
ମୁମ୍ବାଇ ପକ୍ଷରୁ ସୌରଭ ତିୱାରି ସର୍ବାଧିକ ୪୨ ରନ କରିଛନ୍ତି । ସେହିପରି ଡି କକ୍ ୩୩ ରନ୍ କରିଛନ୍ତି । ଅନ୍ୟପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଛକା ସହାୟତା ବଳରେ ୧୪ ରନ୍ କରିଛନ୍ତି । ଏହାସହ ଦଳ ମୋଟ ୧୬୨ ରନ୍ କରିବାରେ ସଫଳ ହୋଇଛି ।

ସେହିପରି ଚେନ୍ନାଇ ବୋଲର ମଧ୍ୟ ଦମଦାର ବୋଲିଂ କରିଛନ୍ତି । ଦଳ ପକ୍ଷରୁ ଲୁଙ୍ଗି ନିଗିଡି ସର୍ବାଧିକ ୩ଟି ୱିକେଟ ହାସଲ କରିଛନ୍ତି ।ଏହାସହ ଦିପକ ଚହର ଓ ଜାଡେଜା ୨ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି ।