ହାଇଦ୍ରାବାଦକୁ ମାତ୍ ଦେଲା ମୁମ୍ବାଇ । ୧୩୭ ରନରେ ଅଲଆଉଟ୍ ହେଲା ହାଇଦ୍ରାବାଦ । ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ବିଜୟ ହାସଲ କଲା ରୋହିତ ବାହିନୀ ।

85

କନକ ବ୍ୟୁରୋ: ଏକ ରୋମାଞ୍ଚକର ମ୍ୟାଚରେ ଆଜି ହାଇଦ୍ରାବାଦକୁ ମାତ୍ ଦେଇଛି ମୁମ୍ବାଇ । ବୁମରା-ବୋଲ୍ଟ ପେସ୍ ଯୋଡିଙ୍କ ସହ ଚହରଙ୍କ ଚମକରେ ଫିକା ପଡିଛି ହାଇଦ୍ରାବାଦ । ଦଳ ହାଇଦ୍ରାବାଦକୁ  ୧୩ ରନରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ବିଜୟ ହାସଲ କରିଛି ।

ଆଜି ପ୍ରଥମେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହାପରେ ଦଳ ପକ୍ଷରୁ ଡି କକ, ରୋହିତ ଯୋଡି ପାଳି ଆରମ୍ଭ କରିବା ସହିତ ଦମଦାର ଆରମ୍ଭ କରିଥିଲେ । ଏହାପରେ ଶେଷ ଆଡକୁ ପୋଲାର୍ଡ ମଧ୍ୟ କିଛି ଦର୍ଶନୀୟ ସଟ୍ ଖେଳିଥିଲେ । ଯାହାଫଳରେ ଦଳ ୨୦ ଓଭରରେ ୧୫୦ ରନ କରିପାରିଥିଲା ।

ଏହାପରେ ୧୫୧ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ହାଇଦ୍ରାବାଦ ଭଲ ଆରମ୍ଭ କରିଥିଲେ ମଧ୍ୟ ଶେଷ ଆଡକୁ ଲଗାତାର ୱିକେଟ୍ ହରାଇ ମାତ୍ର ୧୩୭ ରନରେ ଅଲଆଉଟ୍ ହୋଇଯାଇଥିଲା । ଯାହାଫଳରେ ମୁମ୍ବାଇ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ବିଜୟ ହାସଲ କରିଛି ।