ରାଜସ୍ଥାନକୁ ମାତ୍ ଦେଲା ମୁମ୍ବାଇ । ୭ ୱିକେଟରେ ରୟାଲ୍ସକୁ ହରାଇଲା ରୋହିତବାହିନୀ ।

101

କନକ ବ୍ୟୁରୋ: ଆଜି ଏକ ହାଇଭୋଲଟେଜ୍ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ମାତ୍ ଦେଇଛି ମୁମ୍ବାଇ । ରୋହିତବାହିନୀ ୭ ୱିକେଟରେ ସାମସନ ବାହିନୀକୁ ପରାଜୟ ଭେଟିଦେଇଛି । ମୁମ୍ବାଇ ପକ୍ଷରୁ କ୍ୱିଣ୍ଟନ ଡି କକ୍ ଆଜି ମ୍ୟାଚ୍ ବିଜୟୀ ଇଂନିସ ଖେଳିବା ସହିତ ଧୂଆଁଧାର ୭୦ ରନ୍ କରିଛନ୍ତି । ଆଜି ଟସ୍ ଜିତି ମୁମ୍ବାଇ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହାପରେ ଦଳର ଦୁଇ ଓପନର ବଟଲର ଓ ଜୟସୱାଲ ଦମଦାର ଆରମ୍ଭ କରିଥିଲେ । ଦୁହେଁ ୬୬ ରନର ପାର୍ଟନରସିପ୍ ଗଢିଥିଲେ । ଏହାପରେ ସାମସନ ଓ ଶିଭମ ଦୁବେ ମଧ୍ୟ ଆକର୍ଷଣୀୟ ଇଂନିସ ଖେଳିବା ସହିତ ଦଳର ସ୍କୋରକୁ ୨୦ ଓଭରରେ ୧୭୧ ରନରେ ପହଞ୍ଚାଇଥିଲେ । ଏହାପରେ ୧୭୨ରନ ବିଜୟ ଲକ୍ଷ୍ୟକୁ ମୁମ୍ବାଇ ମାତ୍ର ୩ ୱିକେଟ୍ ହରାଇ ସଂଗ୍ରହ କରିନେଇଛି ।