ରୟାଲ୍ସକୁ ମାତ୍ ଦେଲା ରୋହିତ ବାହିନୀ  । ବୁମରାହଙ୍କ ଘାତକ ବୋଲିଂ ଆଗରେ ମୁଣ୍ଡ ନୁଆଁଇଲା ସ୍ମିଥ ସେନା, ୫୭ ରନରେ ବଡ ବିଜୟ ହାସଲ କଲା ମୁମ୍ବାଇ ଇଣ୍ଡିଆନ୍ସ ।

250

କନକ ବ୍ୟୁରୋ : ମୁମ୍ବାଇର ମହାବିଜୟ । ରାଜସ୍ଥାନ ରୟାଲ୍ସକୁ ୫୭ ରନରେ ମାତ୍ ଦେଇ ବଡ ବିଜୟ ହାସଲ କରିଛି ରୋହିତଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ । ଆଉ ଏହାସହ ଦିଲ୍ଲୀକୁ ପଛରେ ପକାଇ  ପୁଣିଥରେ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ମୁମ୍ବାଇ । ବୁମରାହଙ୍କ ଘାତକ ବୋଲିଂ ଆଗରେ ସମ୍ପୂର୍ଣ୍ଣ ରୂପେ ମୁଣ୍ଡ ନୁଆଁଇଛି ରାଜସ୍ଥାନ ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ଅର୍ଦ୍ଧଶତକ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୩୦ ରନର ଉପଯୋଗୀ ଇନିଂସ ବଳରେ ରାଜସ୍ଥାନ ସାମ୍ନାରେ ୧୯୪ ରନର ବିଜୟ ଲକ୍ଷ୍ୟ ରଖିଥିଲା । ତେବେ ବୁମରାହ ଘାତକ ବୋଲିଂ କରି ପ୍ରଥମରୁ ରାଜସ୍ଥାନକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ତେବେ ବଟଲର ୭୦ ରନର ବିସ୍ଫୋରକ ଇନିଂସ ଖେଳିଥିଲେ ମଧ୍ୟ ରାଜସ୍ଥାନ ବିଜୟରେ ଏହା ସହାୟକ ହୋଇପାରିନଥିଲା । ପୋଲାର୍ଡଙ୍କ ଆକର୍ଷଣୀୟ କ୍ୟାଚ୍ ବଟଲରଙ୍କୁ ପ୍ୟାଭିଲିୟନକୁ ପଠାଇବା ପରେ ରାଜସ୍ଥାନର ବ୍ୟାଟିଂ ଲାଇନଅପ୍ ଭୁଷୁଡି ପଡିଥିଲା । ଶେଷରେ ଅଙ୍କିତ ରାଜପୁତଙ୍କ ୱିକେଟ ସହ ରାଜସ୍ଥାନ ପାଳିରେ ଯବନିକା ପଡିଥିଲା । ଆଉ ୫୭ ରନର ବଡ ବିଜୟ ହାସଲ କରିଥିଲା ରୋହିତ ବାହିନୀ ।