୧୫୨ ରନରେ ଅଲଆଉଟ୍ ହେଲା ମୁମ୍ବାଇ । କୋଲକାତାକୁ ବିଜୟ ଲକ୍ଷ୍ୟ ୧୫୩ । ଆନ୍ଦ୍ରେ ରସେଲଙ୍କୁ ୫ ୱିକେଟ୍ ସଫଳତା ।

71

କନକ ବ୍ୟୁରୋ: ଆଜି ଆଇପିଏଲ ମ୍ୟାଚରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ଦଳ ୨୦ ଓଭରରେ ମାତ୍ର ୧୫୨ ରନରେ ଅଲଆଉଟ୍ ହୋଇଯାଇଛି । କୋଲକାତାର ବୋଲିଂ ଆଗରେ ରୋହିତ, ସୂର୍ଯ୍ୟକୁମାରଙ୍କ ବ୍ୟତୀତ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସେଭଳି କୌଣସି ବଡ ଇଂନିସ ଖେଳିପାରିନାହାନ୍ତି । ଯାହା ଫଳରେ ଦଳ ୧୫୨ ରନରେ ପ୍ରଥମ ଇଂନିସରେ ଅଲଆଉଟ୍ ହୋଇଯାଇଛି ।

ଆଜି କୋଲକାତା ଅଧିନାୟକ ଇଆନ୍ ମୋର୍ଗାନ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ରୋହିତ- ଡି କକ୍ ଯୋଡି ପୁଣିଥରେ ପଡିଆକୁ ଓହ୍ଲାଇଥିଲେ । ହେଲେ ସେତେଟା ସଫଳ ହୋଇପାରିନଥିଲେ । ଡି କକ୍ ଦଳୀୟ ସ୍କୋର ୧୦ ରନ ଥିବାବେଲେ ପ୍ୟାଭିଲିୟନ ଫେରିଥିଲେ । ଏହାପରେ ସୂର୍ଯ୍ୟକୁମାର କିଛି ସମୟ ପାଇଁ ରନର ଗତି ଆଗକୁ ବଢାଇଥିଲେ ବି ଦଳ ନିୟମିତ ୱିକେଟ୍ ହରାଇଥିଲା ।

କୋଲକାତା ପକ୍ଷରୁ ସଫଳ ବୋଲର ଭାବେ ଆନ୍ଦ୍ରେ ରସେଲ ୫ ୱିକେଟ୍ ସଫଳତା ପାଇଥିଲେ । ତାଙ୍କ ସହ ପାଟ୍ କମିନ୍ସ, ସକିବ ଓ ବରୁଣ ଚକ୍ରବର୍ତ୍ତୀ ମଧ୍ୟ ସଫଳତା ପାଇଥିଲେ । ଏବେ ଏହି ମ୍ୟାଚରେ ବିଜୟୀ ହେବାକୁ କୋଲକାତାକୁ ୧୫୩ ରନ କରିବାକୁ ହେବ ।