ଉଦ୍ଧାର କାର୍ଯ୍ୟରେ ନିୟୋଜିତ MI-17 ହେଲିକପ୍ଟର । ଟ୍ରେନ୍ ଦୁର୍ଘଟଣାର ସ୍ଥିତି ଜାଣିବାକୁ ରେଲୱେ ବିଭାଗ ସହ ବାୟୁସେନାର ଯୋଗାଯୋଗ

625

କନକ ବ୍ୟୁରୋ : ବାହାନଗା ଟ୍ରେନ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ପାଇଁ ଏମଆଇ- ୧୭ ହେଲିକପ୍ଟରକୁ ନିୟୋଜିତ କରିଛି ଭାରତୀୟ ବାୟୁସେନା । ଘଟଣାର ସ୍ଥିତି ଜାଣିବାକୁ ରେଲୱେ ବିଭାଗ ସହ ଯୋଗାଯୋଗ କରିଛନ୍ତି ବାୟୁସେନା ଅଧିକାରୀ ।

ଦୁର୍ଘଟଣାରେ ୨ଟି ବଗି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ଉଦ୍ଧାର କାର୍ଯ୍ୟ ପାଇଁ ଆହୁରି ୩ ଘଣ୍ଟା ସମୟ ଲାଗିବ । ଆହତଙ୍କ ସଂଖ୍ୟା ଆଉ ବୃଦ୍ଧି ପାଉନାହିଁ କିନ୍ତୁ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବପ୍ରଦୀପ ଜେନା ।