ସ୍ୱାଭିମାନ ଅଂଚଳ ଆକାଶରେ ପଇଁତରା ମାରୁଛି ବାୟୁସେନା ଲଢୁଆ ବିମାନ: ଗୋରାସେତୁ ବିଏସଏଫ୍ କ୍ୟାମ୍ପ ଉପରେ ଆକାଶ ମାର୍ଗରୁ ସୁରକ୍ଷା ଯାଂଚ

Advertisment
ସ୍ୱାଭିମାନ ଅଂଚଳ ଆକାଶରେ ପଇଁତରା ମାରୁଛି ବାୟୁସେନା ଲଢୁଆ ବିମାନ: ଗୋରାସେତୁ ବିଏସଏଫ୍ କ୍ୟାମ୍ପ ଉପରେ ଆକାଶ ମାର୍ଗରୁ ସୁରକ୍ଷା ଯାଂଚ

କନକ ବ୍ୟୁରୋ: ଲାଲଗଡ଼ରେ ସମର ସଜା । ସ୍ୱାଭିମାନ ଅଂଚଳ ଆକଶରେ ପଇଁତରା ମାରୁଛି ବାୟୁ ସେନାର ଲଢୁଆ ଚପର । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଗୁରାସେତୁ ଆକାଶ ମାର୍ଗରୁ ସୁରକ୍ଷା ଯାଂଚ କରୁଛି ବାୟୁସେନା ହେଲିକପ୍ଟର । ଆଜି ହଠାତ୍ ଦୁଇଟି ଚପର ସ୍ୱାଭିମାନ ଅଂଚଳ ଆକାଶରେ ଚକର କାଟିବା ଦେଖି ଆଶ୍ଚଯ୍ୟ ହୋଇଯାଇଥିଲେ ସ୍ଥାନୀୟ ଲୋକେ ।

ଗୋଟିଏ ହେଲିକପ୍ଟର ଗୁରାସେତୁ ବିଏସଏଫ କ୍ୟାମ୍ପରେ ଅବତରଣ କରିଥିବା ବେଳେ ଅନ୍ୟଟି ଜଙ୍ଗଲ ଉପରେ ପଇଁତରା ମାରିଥିଲା । ଆଉ ବାୟୁସେନାର ଲଢୁଆ ଚପର ଦେଖି ଯବାନଙ୍କ ମନବଳ ଦୃଢ ହୋଇଥିବା ବେଳେ ମାଓ ଦମନ କ୍ଷେତ୍ରରେ ନୂଆ ରଣନୀତି ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe