କନକ ବ୍ୟୁରୋ: ଲାଲଗଡ଼ରେ ସମର ସଜା । ସ୍ୱାଭିମାନ ଅଂଚଳ ଆକଶରେ ପଇଁତରା ମାରୁଛି ବାୟୁ ସେନାର ଲଢୁଆ ଚପର । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଗୁରାସେତୁ ଆକାଶ ମାର୍ଗରୁ ସୁରକ୍ଷା ଯାଂଚ କରୁଛି ବାୟୁସେନା ହେଲିକପ୍ଟର । ଆଜି ହଠାତ୍ ଦୁଇଟି ଚପର ସ୍ୱାଭିମାନ ଅଂଚଳ ଆକାଶରେ ଚକର କାଟିବା ଦେଖି ଆଶ୍ଚଯ୍ୟ ହୋଇଯାଇଥିଲେ ସ୍ଥାନୀୟ ଲୋକେ ।
ଗୋଟିଏ ହେଲିକପ୍ଟର ଗୁରାସେତୁ ବିଏସଏଫ କ୍ୟାମ୍ପରେ ଅବତରଣ କରିଥିବା ବେଳେ ଅନ୍ୟଟି ଜଙ୍ଗଲ ଉପରେ ପଇଁତରା ମାରିଥିଲା । ଆଉ ବାୟୁସେନାର ଲଢୁଆ ଚପର ଦେଖି ଯବାନଙ୍କ ମନବଳ ଦୃଢ ହୋଇଥିବା ବେଳେ ମାଓ ଦମନ କ୍ଷେତ୍ରରେ ନୂଆ ରଣନୀତି ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/vlcsnap-2020-11-07-14h16m58s36.png)