ମାନବ ସଂସାଧନ ବିକାଶ ମନ୍ତ୍ରାଳୟ (ଏମଏଚଆରଡି) ଡିଗ୍ରୀ ବିବାଦ ଥମିବାର ନାଁ ହିଁ ନେଉନି । ନୂତନ କରି ମାନବ ସଂସାଧନ ବିକାଶ ମନ୍ତ୍ରୀ ରୁପରେ କାର୍ଯ୍ୟରତ ହୋଇଥିବା ମନ୍ତ୍ରୀ ରମେଶ୍ ପୋଖରିୟାଲ୍ ନିଶଙ୍କ୍ ଙ୍କ କଥିତ ମିଥ୍ୟା ଡିଗ୍ରୀ ବିବାଦରେ ଘେରି ହୋଇଯାଇଛନ୍ତି । ନାଁ ଆଗରେ ଡାକ୍ତର ଲଗାଇବା ସଉକ ପାଇଁ ସେ ଶ୍ରୀଲଙ୍କା ସ୍ଥିତ ଏକ ଅନ୍ତରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟରେ ଦୁଇଟି ଡକ୍ଟରେଟ୍ ଉପାଧି ପ୍ରାପ୍ତ କରିବା କରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ବିଶ୍ୱବିଦ୍ୟାଳୟ ଶ୍ରୀଲଙ୍କାରେ ଏଭଳି କିଛି ବି ପଞ୍ଜିକୃତ ହୋଇନାହିଁ ।

Advertisment

publive-image

ନବେ ଦଶକରେ କଲୋମ୍ବୋର ଓପନ୍ ଅନ୍ତରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟ ରମେଶ୍ ପୋଖରିୟାଲ୍ ଶିକ୍ଷାରେ ଯୋଗଦାନ କରିବା ପାଇଁ ଗୋଟିଏ ଡିଲିଟ୍ ର ଡିଗ୍ରୀ ଦେଇଥିଲେ । ଏହାର କିଛି ବର୍ଷ ପରେ ତାଙ୍କୁ ଆଉ ଗୋଟିଏ ଡିଲିଟ୍ ଡିଗ୍ରୀ ବିଜ୍ଞାନ ବିଭାଗ ତରଫରୁ ଉକ୍ତ ବିଶ୍ୱବିଦ୍ୟାଳୟରୁ ହିଁ ମିଳିଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ବିଶ୍ୱବିଦ୍ୟାଳୟ ଶ୍ରୀଲଙ୍କାରେ ନା ବିଦେଶୀ ନା ଘରୋଇ ରୁପେ ରେଜିଷ୍ଟର ହୋଇଛି । ଶ୍ରୀଲଙ୍କା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଏହି କଥାର ପୁଷ୍ଟି କରିଛନ୍ତି । ଏହି ବାବଦରେ ଗତବର୍ଷ ଦେହରାଦୁନ୍ ରେ ଫାଇଲ୍ ହୋଇଥିବା ଗୋଟିଏ ଆରଟିଆଇ ବାୟୋଡାଟାରେ ଏନେଇ କ୍ୱଚିତ ବିବରଣୀ ମିଳିଥିଲା । କେବଳ ଏତିକି ନୁହେଁ ତାଙ୍କ ସିଭି ଏବଂ ପାସପୋର୍ଟରେ ମଧ୍ୟ ଏନେଇ ଭିନ୍ନ ଭିନ୍ନ ଜନ୍ମତିଥି ରହିଛି । ସିଭି ମୁତାବକ ପୋଖରିୟାଲଙ୍କ ଜନ୍ମ ୧୫ ଅଗଷ୍ଟ ୧୯୫୯ ହୋଇଥିଲା ଏବଂ ପାସପୋର୍ଟରେ ୧୫ ଜୁଲାଇ ୧୯୫୯ ରହିଛି । ତେବେ ଗତ ସରକାରରେ ସ୍ମୃତି ଇରାନୀ ମାନବ ସଂସାଧନ ବିକାଶ ମନ୍ତ୍ରୀ ଥିବାବେଳେ ତାଙ୍କ ଡିଗ୍ରୀକୁ ନେଇ ମଧ୍ୟ ବିରୋଧୀ ପ୍ରଶ୍ନ ଉଠାଇଥିଲେ ।