କନକ ବ୍ୟୁରୋ: ସାମୁଦ୍ରିକ ଝଡ ବାତ୍ୟା ‘ଫୋନୀ’ ପାଇଁ କେନ୍ଦ୍ର ସରକାରଙ୍କ ଆଗୁଆ ପଦକ୍ଷେପ । ବାତ୍ୟା ଫୋନୀକୁ ଦେଖି ଏହା ଦ୍ୱାରା ପ୍ରଭାବିତ ହେବାକୁ ଥିବା ୪ ରାଜ୍ୟକୁ ଆଗୁଆ ସହାୟତା ରାଶି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ୪ ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ଓଡିଶା, ତାମିଲନାଡୁ ଓ ପଶ୍ଚିମବଙ୍ଗ ପାଇଁ ଏହି ସହାୟତା ରାଶି ଆଗୁଆ ଭାବେ ଦିଆଯାଇଛି ।
MHA has ordered for advance release of financial assistance of Rs. 1086 crore to Andhra Pradesh, Odisha, Tamil Nadu and West Bengal, to their State Disaster Response Fund (SDRF) to assist them in undertaking preventive and relief measures in response to cyclonic storm #FANI .
— ANI (@ANI) April 30, 2019
ଏହି କ୍ରମରେ ଆନ୍ଧ୍ରପ୍ରଦେଶକୁ ୨୦୦ କୋଟି, ଓଡିଶାକୁ ୩୪୦ କୋଟି, ତାମିଲନାଡୁକୁ ୩୦୯ କୋଟି ଓ ପଶ୍ଚିମବଂଗକୁ ୨୩୫ କୋଟିର ଅର୍ଥ ପ୍ରଦାନ କରାଯାଇଛି । ପ୍ରତ୍ୟକ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ପାଣ୍ଠିକୁ ଏହି ଅର୍ଥ କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି । ତେବେ ଏହି ଅର୍ଥରାଶି କେବଳ ସାମୁଦ୍ରିକ ବାତ୍ୟା ଫୋନିର ପୁନର୍ବାସ ଓ ଥଇଥାନ୍ ସହ ରିଲିଫ୍ ରେ ଖର୍ଚ ହେବ ବୋଲି ସ୍ପଷ୍ଟ କରିଛି କେନ୍ଦ୍ରସରକାର ।
ଉଲ୍ଲେଖ ଥାଉ କି, ସାମୁଦ୍ରିକ ଝଡ ଫୋନି ଏବେ ଭୀଷଣ ରୂପ ଧାରଣ କରିଛି । ସମୁଦ୍ର ମଧ୍ୟରେ ରହି ଶକ୍ତି ସଂଗ୍ରହ କରୁଥିବା ଫୋନି ବର୍ତମାନ ଘଂଟା ପ୍ରତି ୧୬ କିଲୋମିଟର ବେଗରେ ଉତର-ଉତର-ପଶ୍ଚିମ ଦିଗରେ ଗତି କରୁଛି । ବର୍ତମାନ ଏହା ଚେନ୍ନାଇ ଠାରୁ ୬୯୦ କିଲୋମିଟର ଏବଂ ଆନ୍ଧ୍ରପ୍ରଦେଶ ମଚ୍ଛଲିପଟ୍ଟନମଠାରୁ ୭୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି ଫୋନି । ଆସନ୍ତା ୧୨ ଘଂଟା ମଧ୍ୟରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଓ ୩୬ ଘଂଟା ମଧ୍ୟରେ ଭୟଙ୍କର ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇପାରେ । ମେ ପହିଲା ସନ୍ଧ୍ୟାସୁଦ୍ଧା ଫୋନି ଉତର -ପଶ୍ଚିମ ଦେଇ ଗତିକରିବ ଓ ଉତର-ଉତର ପୂର୍ବ ଦେଇ ଓଡିଶା ଉପକୂଳ ଆଡକୁ ଗତ କରିବ । ମେ ୨ ତାରିଖ ବେଳକୁ ଫୋନିର ପ୍ରଭାବରେ ଉତର ଆନ୍ଧ୍ର୍ ଓ ଦକ୍ଷିଣ ଓଡିଶା ଉପକୂଳରେ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି । ତେବେ ୩ ଓ ୪ ତାରିଖ ବେଳକୁ ଉପକୂଳ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।