ରଥଯାତ୍ରା ନେଇ ବଢିଲା ସମ୍ଭାବନା । ରଥ ନିର୍ମାଣକୁ କେନ୍ଦ୍ରର ସବୁଜ ସଙ୍କେତ । ରଥ ତିଆରି ପାଇଁ ସର୍ତ୍ତମୂଳକ ଅନୁମତି ଦେଲେ, ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡିଲେ…

497

କନକ ବ୍ୟୁରୋ: ମହାପ୍ରଭୁଙ୍କ ରଥ ନିର୍ମାଣ ନେଇ କେନ୍ଦ୍ରର ସବୁଜ ସଙ୍କେତ । ରଥ ତିଆରି ପାଇଁ ଅନୁମତି ଦେଲେ କେନ୍ଦ୍ର ସରକାର । ରଥଖଳାରେ ରଥ ନିର୍ମାଣ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସର୍ତ୍ତମୂଳକ ଅନୁମତି । ରଥଖଳାରେ ଶ୍ରୀଜିଉଙ୍କ ରଥ ନିର୍ମାଣ ହୋଇପାରିବ । ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ସ୍ପଷ୍ଟ କଲା ଗୃହ ମନ୍ତ୍ରଣାଳୟ ।

ତେବେ ରଥ ନିର୍ମାଣ ବେଳେ ଲକଡାଉନ ନିୟମ ପାଳନ ହେବ । ଲକଡାଉନର ସମସ୍ତ ନିୟମ ରଥଖଳାରେ ପାଳନ ହେବ । ରଥ ନିର୍ମାଣ ବେଳେ କୌଣସି ଧାର୍ମିକ ସମାବେଶ ହେବ ନାହିଁ । ରଥଖଳାରେ ବ୍ୟାରିକେଡ୍ ଲଗାଇ ଲୋକଙ୍କୁ ଦୂରେଇ ରଖାଯିବ ବୋଲି କେନ୍ଦ୍ର ଅନୁମତି ପତ୍ରରେ ଉଲ୍ଲେଖ ।

ତେବେ ସବୁଠାରୁ ବଡ କଥା ହେଉଛି ରଥ ନିର୍ମାଣ ପାଇଁ କେନ୍ଦ୍ର ଅନୁମତି ଦେଇଥିଲେ ବି ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡିଛି କେନ୍ଦ୍ର । ରଥଯାତ୍ରା ହେବ କି ନାହିଁ ସେ ନିଷ୍ପତ୍ତି ରାଜ୍ୟ ସରକାର ନେବେ । ସେତେବେଳର ପରିସ୍ଥିତି ଦେଖି ସରକାର ନିଷ୍ପତ୍ତି ।