କନକ ବ୍ୟୁରୋ : ଅନାବନା ଲଟା ଓ ଘାସ ଭର୍ତି ଏହି ପୋଖରୀ କୁଆଡେ ଗତ ମାସ ଅଗଷ୍ଟ ମାସରେ ପୁନଃରୁଦ୍ଧାର କରାଯାଇଛି । ୨୦୨୦ ମସିହାରେ ଖୋଳା ଯାଇଥିବା ପୋଖରୀ ପୁନଃରୁଦ୍ଧାର ଆଳରେ ଜିଆରଏସ୍ ଓ ଜେଇ ପ୍ରାୟ ୪ ଲକ୍ଷ ଟଙ୍କା ବିଲ କରି ନେଇଥିବା ଅଭିଯୋଗ ହୋଇଛି । ଜବକାର୍ଡଧାରୀ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗଞ୍ଜାମ ଖଲ୍ଲିକୋଟ ବ୍ଲକ ଗେଞ୍ଜେରାପଲ୍ଲୀ ପୋଖରୀ କାମ ବାବଦରେ ଶ୍ରମିକଙ୍କ ଆକାଉଂଟକୁ ୪ଲକ୍ଷ ଟଙ୍କା ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାରେ ବିଭିନ୍ନ ସମଗ୍ରୀ କିଣା ଯାଇଥିବା ସରକାରୀ ରିପୋର୍ଟରେ ଉଲ୍ଲେଖ ରହିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ସେହିଭଳି ଗେଞ୍ଜେରାପଲ୍ଲୀ ଗ୍ରାମର ପାଟଯୋଡି କେନାଲର ସଫା କି ମରାମତି ନକରି ପ୍ରତିବର୍ଷ ମନରେଗା ଜରିଆରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି । ୨୦୧୫ରୁ ପ୍ରତିବର୍ଷ ଲୋକଙ୍କ ବ୍ୟାଙ୍କ ଆକାଉଂଟକୁ ୬ରୁ ୭ ଲକ୍ଷ ଟଙ୍କା ପଠା ଯାଉଥିବା ଅଭିଯୋଗ ହୋଇଛି । ଏବର୍ଷ କେନାଲ ପୁନଃରୁଦ୍ଧାର ବାବଦରେ ୬ଲକ୍ଷ ୪୭ ହଜାର ୨୭୭ ଟଙ୍କାର ବିଲ ହୋଇଛି । ତେବେ ଏଥିରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକ ।
ମନରେଗା ମାଧ୍ୟମରେ ଲୋକଙ୍କୁ କାମ ଯୋଗାଇ ରାଜ୍ୟ ସରକାର ବାହା ବାହା ନେଉଥିବା ବେଳେ ବେଗୁନିଆପଡା ବ୍ଲକ ନିକଟରେ ମନରେଗାରେ ଦୁର୍ନିତି ଯୋଜନାକୁ ବଟବଣା କରୁଛି ।