କନକ ବ୍ୟୁରୋ : ରାଜନଗର ସରପଂଚଙ୍କୁ ମହଙ୍ଗା ପଡିଲା ମନରେଗା ଦୁର୍ନୀତି । ରାଜନଗର ସଂରପଂଚଙ୍କୁ ସସପେଣ୍ଡ୍ କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ରାଜନଗର ପଂଚାୟତର ସରପଂଚ ପ୍ରଭାତ ଚନ୍ଦ୍ର ମିଶ୍ରଙ୍କ ବିରୋଧରେ ମହାତ୍ମାଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଦୁର୍ନୀତି ପ୍ରମାଣିତ ହୋଇଛି ।

Advertisment

ଏହି ଘଟଣା ନେଇ କେନ୍ଦ୍ରାପଡା ଜିଲ୍ଲାପାଳ ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲେ । ତାଙ୍କର ସୁପାରିଶ ଆଧାରରେ ସରପଂଚ ପ୍ରଭାତ ଚନ୍ଦ୍ର ମିଶ୍ରଙ୍କୁ ନିଲମ୍ୱିତ କରାଯିବା ସହ କାହିଁକି ତାଙ୍କ ବିରୋଧରେ ପଦକ୍ଷେପ ନିଆନଯିବ ୩୦ ଦିନ ଭିତରେ ଲିଖିତ ଭାବେ ଉତର ରଖିବାକୁ କୁହାଯାଇଛି । ପୂର୍ବରୁ ଏହି ଦୁର୍ନୀତି ପାଇଁ ଜିଆରଏସ ପ୍ରମୋଦ ସାହୁଙ୍କୁ ମଧ୍ୟ ବହିଷ୍କୃତ କରାଯାଇଥିଲା । ଏବେ ସରପଂଚ ନିଲମ୍ୱିତ ହୋଇଛନ୍ତି ।