କନକ ବ୍ୟୁରୋ : ରାତି ଅଧିଆ ଫାଇଲ ଚାଷ । ମନରେଗା ଯୋଜନାରେ ମହାଦୁର୍ନୀତି ଘଟଣା ଖବର ପ୍ରସାରଣ ପରେ ରାତି ଅଧିଆ ଫାଇଲ କାମ କରାଯାଉଥିବା ଦେଖିବାକୁ ମିଳିଛି । କୋଣାର୍କ ଗୋପ ବ୍ଲକରେ ମନରେଗା ଯୋଜନାରେ ମହାଦୁର୍ନୀତି ନେଇ ଅଭିଯୋଗ ହୋଇଛି । ମେସିନ ଲଗାଇ ଶ୍ରମିକଙ୍କ ନାଁରେ ସରକାରୀ ଅର୍ଥ ହଡ଼ପ ଭଳି ସଙ୍ଗିନ୍ ଅଭିଯୋଗ ଅସଥିଲା ।

Advertisment

ଖବର ପ୍ରସାରଣ ପରେ ଦୁର୍ନୀତିକୁ ଘୋଡ଼ାଇବା ପାଇଁ ରାତି ଅଧିଆ ବ୍ଳକ କାର୍ଯ୍ୟାଳୟରେ ଫାଇଲ କାମ କରାଯାଉଥିବା ଦେଖିବାକୁ ମିଳିଛି । ଗ୍ରାମ୍ୟ ରୋଜଗାର ସେବକ ଓ ମନେରେଗା ଯୋଜନାର କର୍ମଚାରୀଙ୍କୁ ନେଇ ସହକାରୀ ପ୍ରୋଗ୍ରାମ ଅଧିକାରୀ ରାତିରେ ଜୁରୀରି ବୈଠକ କରିଥିବା ବେଳେ ୧୦ରୁ ଅଧିକ କମ୍ପୁଟର ଲଗାଇ ଅନଲାଇନ୍ କାମ କରିଥିବାର ଦେଖିବାକୁ ମିଳିଥିଲା । ଏପରିକି ବିଜୁଳି କଟିଯିବା ପରେ ଜେନେରେଟର ଲଗାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ୧୦ରୁ ଅଧିକ ମହିଳା କର୍ମଚାରୀଙ୍କୁ ନେଇ କାମ କରାଯାଉଥିଲା ।