ମେକ୍ସିକୋର ଭେନେସା ହେଲେ ମିସ୍ ୱାଲର୍ଡ ୨୦୧୮, ମୁକୁଟ ପିନ୍ଧାଇଲେ ମାନୁଷୀ ଛିଲ୍ଲର

Advertisment
ମେକ୍ସିକୋର ଭେନେସା ହେଲେ ମିସ୍ ୱାଲର୍ଡ ୨୦୧୮, ମୁକୁଟ ପିନ୍ଧାଇଲେ ମାନୁଷୀ ଛିଲ୍ଲର

source : AajTak

ମେକ୍ସିକୋର ଭେନେସା ପୋନ୍ସ ଡି ଲିୟନ୍ ୨୦୧୮ ମସିହାର ମିସ୍ ୱାର୍ଲଡ ହୋଇଛନ୍ତି। ଚୀନର ସାନ୍ୟାଠାରେ ଅନୁଷ୍ଠିତ ୬୮ତମ ମିସ୍ ୱାର୍ଲଡ୍ ପ୍ରତିଯୋଗିତାରେ ଭେନେସାଙ୍କୁ ବିଜୟିନୀ ଘୋଷଣା କରାଯାଇଛି। ଗତବର୍ଷର ମିସ୍ ୱାର୍ଲଡ ଭାରତର ମାନୁଷୀ ଛିଲ୍ଲର ଭେନେସାଙ୍କୁ ମିସ୍ ୱାର୍ଲଡ ମୁକୁଟ ପିନ୍ଧାଇଛନ୍ତି। ୧୧୭ ଜଣ ଅନ୍ୟ ଆଶାୟୀଙ୍କୁ ପଛରେ ପକାଇ ଭେନେସା ଏହି ସଫଳତା ପାଇଛନ୍ତି। ଥାଇଲାଣ୍ଡର ନିକୋଲିନି ପିଚାପା ଲିମସୁକାନଙ୍କୁ ପ୍ରଥମ ରନର୍ସ ଅପ୍ ଘୋଷଣା କରାଯାଇଛି। ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ଭାରତ ପକ୍ଷରୁ ତାମିଲନାଡୁର ଅନୁକୃତି ଭାସ୍ ମଧ୍ୟ ଦୌଡ଼ରେ ଥିଲେ। ଅନୁକୃତି ଶ୍ରେଷ୍ଠ ୩୦ ଜଣଙ୍କ ମଧ୍ୟରେ ମଧ୍ୟ ସ୍ଥାନ ପାଇଥିଲେ। ତେବେ ଶ୍ରେଷ୍ଠ ୧୨ ଜଣଙ୍କ ମଧ୍ୟରେ ସେ ସ୍ଥାନ ପାଇବାରେ ସକ୍ଷମ ହୋଇ ନଥିଲେ।

ଭାରତ ବ୍ୟତୀତ ଟପ୍ ୩୦ରେ ଚିଲି, ଫ୍ରାନ୍ସ, ବାଙ୍ଗଲାଦେଶ, ଜାପାନ, ମାଲେସିଆ, ମରିସସ୍, ମେକ୍ସିକୋ, ନେପାଳ, ନ୍ୟୁଜିଲାଣ୍ଡ, ସିଙ୍ଗାପୁର , ଥାଇଲାଣ୍ଡ, ୟୁଗାଣ୍ଡା, ଆମେରିକା, ଭେନେଜୁଏଲା ଓ ଭିଏତନାମ ସାମିଲ ଥିଲେ । ଭେନେସା ଇଣ୍ଟରନ୍ୟାସନାଲ ବିଜନେସରେ ଏବେ ଶିକ୍ଷାଲାଭ କରିବା ସହିତ ଝିଅମାନଙ୍କ ଥଇଥାନ ପାଇଁ ପ୍ରତିଷ୍ଠା ହୋଇଥିବା ଏକ କେନ୍ଦ୍ରର ନିର୍ଦ୍ଦେଶକ ମଣ୍ଡଳୀରେ କାର୍ଯ୍ୟ କରୁଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe