ମେକ୍‌ସିକୋ ସିଟିରେ ଭୂମିକମ୍ପ,୨୪୮ ମୃତ : ସ୍କୁଲ ଭୁଶୁଡ଼ି ୨୧ ଛାତ୍ରଛାତ୍ରୀ ମୃତ, ୩୦ ନିଖୋଜ

Advertisment
ମେକ୍‌ସିକୋ ସିଟିରେ ଭୂମିକମ୍ପ,୨୪୮ ମୃତ : ସ୍କୁଲ ଭୁଶୁଡ଼ି ୨୧ ଛାତ୍ରଛାତ୍ରୀ ମୃତ, ୩୦ ନିଖୋଜ

source-http://a57.foxnews.com

76aabbcd9a7053bc159563c01aa7475cକନକ ବ୍ୟୁରୋ : କେନ୍ଦ୍ର ମେକ୍‌ସିକୋରେ ଆଜି ଶକ୍ତିଶାଳୀ ଭୂମିକମ୍ପ ଘଟି ରାଜଧାନୀ ମେକ୍‌ସିକୋ ସିଟି ଓ ୫ଟି ପ୍ରଦେଶରେ ବିପୁଳ କ୍ଷୟକ୍ଷତି ଘଟିଛି। ମୋରିଲସ ଓ ପୁଏବ୍‌ଲା ପ୍ରଦେଶରେ ବହୁ ଗାଁ ଗଣ୍ଡା ଲୋପ ପାଇଯାଇଥିବାବେଳେ ସହର ରାସ୍ତାରେ ବିରାଟ ଫାଟ ସୃଷ୍ଟି ହୋଇଛି। ଉଦ୍ଧାରକାରୀ ଦଳ ବର୍ତମାନ ସୁଦ୍ଧା ୨୪୮ଟି ମୃତଦେହ ଉଦ୍ଧାର କରିଛନ୍ତି। ୪୫୦ରୁ ଊର୍ଦ୍ଧ୍ୱଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଛି। ଭୁଶୁଡ଼ି ପଡ଼ିଥିବା ଗୋଟିଏ ସ୍କୁଲ ଘର ଖନନ କରି ଉଦ୍ଧାରକାରୀ ଦଳ ୨୧ ଶିଶୁ ଓ ୨ଜଣ କର୍ମଚାରୀଙ୍କ ଶବ ପାଇଛନ୍ତି। ସ୍କୁଲର ଆହୁରି ୩୦ ଛାତ୍ରଛାତ୍ରୀ ଓ ୧୨ କର୍ମଚାରୀ ନିଖୋଜ ରହିଛନ୍ତି।

mexico-earthquake_b66646f4-9dc6-11e7-9c3b-8e901839ece0ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୧ ଥିଲା। ଭୂକମ୍ପନ ବେଳେ କୋଠାବାଡ଼ି ଗୁଡ଼ିକ ଭୟଙ୍କର ଭାବେ ଦୋହଲି ଉଠିଥିଲା। ମେକ୍‌ସିକୋ ସିଟିରେ ୪୪ଟି ସ୍ଥାନରେ ବହୁ କୋଠାଘର ତାସଘର ଭଳି ଭୁଶୁଡ଼ି କଙ୍କ୍ରିଟ ଖଣ୍ଡରେ ପରିଣତ ହୋଇଛି। ପଡ଼ିଛି। ଏଠାରେ ୧୧୭ ଲୋକ ପ୍ରାଣ ହରାଇଛନ୍ତି। ମୋରିଲସ୍‌ ପ୍ରଦେଶରେ ୬୮, ପୁଏବ୍‌ଲାରେ ୪୩, ମେକ୍‌ସିକୋ ପ୍ରଦେଶରେ ୧୨, ଗୁଏରିରୋ ଓ ଓକ୍ସାକା ରାଜ୍ୟରେ ୪ଜଣ ଲେଖାଏଁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଭଗ୍ନସ୍ତପ ତଳେ ଅନେକ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି। ଗ୍ରାମାଞ୍ଚଳରେ ବହୁ ଗାଁ ଲୋପ ପାଇଯାଇଛି। ଲୋକମାନେ ଆତଙ୍କିତ ହୋଇ ସହରର ଖୋଲା ପଡ଼ିଆରେ ଆଶ୍ରୟ ନେଇଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ପାଇଁ ୪ ହଜାର ପୁଲିସ, ୧୦ ହଜାର ଯବାନ, ଅଗ୍ନିଶମ ବାହିନୀ ଓ ୧୨୦୦ ସ୍ୱେଚ୍ଛାସେବୀ ନିୟୋଜିତ ରହିଛନ୍ତି।

ବହୁ ସ୍ଥାନରେ ଭୂମିଧସି ଦେଶର ୯ଟି ମୁଖ୍ୟ ସଡ଼କ ପଥ ପୋତି ହୋଇ ପଡ଼ିଥିବାରୁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି। କ୍ଷତିଗ୍ରସ୍ତ ଅଞ୍ଚଳରେ ଇତିମଧ୍ୟରେ ୧୧ଥର ଝଟ୍‌କା ଅନୁଭୂତ ହୋଇଥିବାରୁ ଲୋକଙ୍କ ନିଦ ହଜିଯାଇଛି। ଏଥିରେ ଫାଟ ସୃଷ୍ଟି ହୋଇଥିବା ବହୁ ଘର ସମ୍ପୂର୍ଣ୍ଣ ଧୂଳିସାତ ହୋଇଛି। ଫଳରେ ଲୋକମାନେ ଘରେ ରହିବାକୁ ନିରାପଦ ମଣୁନାହାନ୍ତି। ଅଧିକାଂଶ ଲୋକ ସରକାରଙ୍କ ଦ୍ୱାରା ଖୋଲାଯାଇଥିବା ଆଶ୍ରୟ ଶିବିରରେ ରହିଛନ୍ତି। ବିଦ୍ୟୁତ୍‌ ଓ ଟେଲି ଯୋଗାଯୋଗ ଅଚଳ ରହିଛି। ଗତ ୨ ସପ୍ତାହ ତଳେ ଦକ୍ଷିଣ ମେକ୍‌ସିକୋରେ ଭୂମିକମ୍ପ ହୋଇ ୯୮ ଜଣ ପ୍ରାଣ ହରାଇଥିଲେ। ମେକ୍‌ସିକୋରେ ୧୯୮୫ ପରେ ଏହା ସବୁଠାରୁ ବଡ଼ ଭୂମିକମ୍ପ। ସେତେବେଳେ ହୋଇଥିବା ଭୂମିକମ୍ପରେ ୧ହଜାରରୁ ଊର୍ଦ୍ଧ୍ୱ ମୃତ୍ୟୁବରଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe