ଛୁଆକୁ ଧରି କଲେଜରେ କ୍ଲାସ କରୁଛନ୍ତି ପ୍ରଫେସର । ସାମ୍ନାକୁ ଆସିଲା ଶିକ୍ଷକତା ଭିତରେ ସ୍ନେହର ଚିତ୍ର । ସୋସିଆଲ ମିଡିଆରେ ସାଲ୍ୟୁଟ୍ ସାଉଁଟିଲା ଭାବଭରା ଫଟୋ ।

942

କନକ ବ୍ୟୁରୋ: ମାଆ ନାହିଁ ଯାହାର ସାହା ନାହିଁ ତାହାର । ମାଆ ବିନା ବଞ୍ଚିବା, ମାଆ ବିନା ବଡ ହେବା ଭାରି ମୁସ୍କିଲ । ଜନ୍ମରୁ ମୃତ୍ୟୁ ଯାଏଁ, ଶୈଶବରୁ ବୃଦ୍ଧାବସ୍ଥା, ଯେଉଁ ଜୀବନରେ ମାଆର ମମତା ନାହିଁ, ମାଆର ସ୍ନେହବୋଳା ହାତ ଦେହରେ ବାଜିନି ସେ ଜୀବନର ମାନେ କିଛି ନାହିଁ । ଆଉ ମାଆ ବିନା ପିଲାକୁ ବଡ କରିବା କାଠିକର ପାଠ, ବିରାଟ ଦାୟିତ୍ୱ । ଯାହା ଏ ଫଟୋ ହିଁ ବୟାନ କରୁଛି…

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଜଣେ ବାପାର ଦାୟିତ୍ୱବୋଧକୁ ବୁଝାଉଛି । ପତ୍ନୀଙ୍କ ବିନା କେମିତି ପିଲାକୁ ଲାଳନ ପାଳନ କରାଯାଏ ଆଉ ଟଙ୍କା ରୋଜଗାର କରି ପେଟ ପୋଷାଯାଏ । ତାହା ଏହି ଚିତ୍ରରୁ ହିଁ ସ୍ପଷ୍ଟ ବାରିହୋଇ ପଡୁଛି । ଭାଇରାଲ ହେଉଥିବା ଏ ଫଟୋଟି ହେଉଛି ଜଣେ ମାକ୍ସିକୋ ପ୍ରଫେସରଙ୍କର । ଯିଏ ପିଲାକୁ ଧରି ପାଠ ପଢାଉଥିବା ନଜର ଆସିଛନ୍ତି । କୁହାଯାଉଛି ପିଲା ଜନ୍ମ ଦେବା ପରେ ତାଙ୍କ ପତ୍ନୀ ପ୍ରାଣ ହରାଇଥିଲେ ଆଉ ତାପରେ ପିଲାର ଲାଳନ ପାଳନ ପାଇଁ ଏମିତି ତରିକା ଆପଣାଇଛନ୍ତି ପ୍ରଫେସର । ଯାହା ରିଏଲ ଲାଇଫ ହିରୋ ଭାବେ ଖୁବ ଭାଇରାଲ ହେଉଛି ।

ତେବେ ପ୍ରଫେସରଙ୍କ ଏହି ଚର୍ଚ୍ଚିତ ଫଟୋ ଏବେର ନୁହେଁ ୨୦୧୬ରେ ବୋଲି ଜାତୀୟ ଗଣମାଧ୍ୟମରେ ସ୍ପଷ୍ଟ କରାଯାଉଛି । ପ୍ରଫେସରଙ୍କ ଜଣେ ଛାତ୍ରୀ ପିଲା ଧରି ନୋଟ୍ ଲେଖିବାକୁ ଅସମର୍ଥ ଥିବାରୁ ପ୍ରଫେସର ଛାତ୍ରୀଙ୍କ ପିଲାଙ୍କୁ ଧରିଛନ୍ତି । ଯାହା ଭୁଲରେ ପ୍ରଫେସରଙ୍କ ପିଲା ବୋଲି ଭାଇରାଲ ହେଉଛି ।

ସେପଟେ  ଏହି ଫଟୋ ଜଣେ ବାପାର ସ୍ନେହକୁ ଚିତ୍ରିତ କରୁଥିବା ବେଳେ ପୂର୍ବରୁ କର୍ତ୍ତବ୍ୟରତ ମାଆଙ୍କର ଅନେକ କାହାଣୀ ଦେଖିଛି ଦେଶ । କେବେ ମାଆଟିଏ ତା ଛୁଆକୁ ଧରି ଡ୍ୟୁଟି କରୁଥାଏ ତ କେବେ ପେଟ ପାଇଁ ଦାଦନ ଖଟୁଥାଏ ଆଉ କେବେ ଗର୍ଭବତୀ ଥାଇ ଶତ୍ରୁ ସହ ଲଢେଇ କରିବାର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।