କନକ ବ୍ୟୁରୋ : ମେଟ୍ରୋ ମ୍ୟାନ୍ ଇ. ଶ୍ରୀଧରନ୍ ଗୁରୁବାର ବଡ ଘୋଷଣା କରିଛନ୍ତି । ଶ୍ରୀଧରନ୍ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେବା ନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି, ମୁଁ କେବେ ଜଣେ ରାଜନେତା ନଥିଲି । ଅନେକ ଲୋକ ଜାଣିନଥିବେ ମୁଁ ଏବେ ୯୦ ବର୍ଷରେ ପାଦ ଦେଲିଣି । ବୟସ ଅନୁସାରେ ମୁଁ ଏବେ ବେଶ ସୁସ୍ଥ ଅଛି । ଯେତେବେଳେ ମୁଁ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ  ନେବା କଥା କହୁଛି ତାହା ଅର୍ଥ ନୁହେଁ ଯେ ମୁଁ ରାଜନୀତିରୁ ଅବସର ନେଉଛି । ଯେତେବେଳେ ମୁଁ ନିର୍ବାଚନ ହାରିଥିଲି ସେତେବେଳେ ବହୁତ ଦୁଃଖ ଲାଗିଥିଲା । କିନ୍ତୁ ଏବେ ମୋତେ ଆଉ ଦୁଃଖ ଲାଗୁନାହିଁ । କାରଣ ଜଣେ ବିଧାୟକ ଭାବେ ଲୋକଙ୍କ ପାଇଁ ବେଶି କିଛି କରିପାରିବି ନାହିଁ । ଏହାଛଡା ଏବେ କେରଳରେ ବିଜେପିର ଭୋଟ ପ୍ରତିଶତ ମଧ୍ୟ କମିଛି ।

Advertisment

ଶ୍ରୀଧରନ କହିଛନ୍ତି, ମୁଁ କେବେ ଜଣେ ରାଜନେତା ନଥିଲି, ବରଂ ଏକ ସରକାରୀ ଚାକିରିଆ ଥିଲି । ସକ୍ରିୟ ରାଜନୀତିରେ ନ ରହିଲେ ମଧ୍ୟ ଅନ୍ୟ ଉପାୟରେ ଲୋକଙ୍କ ସେବା କରିବି । ମୁଁ ଏବେ ୩ଟି ଟ୍ରଷ୍ଟ ସହ ଜଡିତ ଅଛି ଏବଂ ଏହି ଟ୍ରଷ୍ଟ ମାଧ୍ୟମରେ କାମ କରିବାକୁ ଚାହୁଁଛି ।  କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ଶ୍ରୀଧରନ୍ ବିଜେପିରେ ସାମିଲ ହୋଇଥିଲେ । ଏପରିକି ବିଜେପିର ଗୋଟିଏ ଗୋଷ୍ଠୀ ଶ୍ରୀଧରନଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ସାମ୍ନାକୁ ଆଣିଥିଲା । ପଲକଡ୍ଡ ବିଧାନସଭା ଆସନରୁ ଶ୍ରୀଧରନ୍ ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ ।