‘ଓଡିଶାରେ ଚାଲିପାରିବ ମେଟ୍ରୋ ଟ୍ରେନ୍ , ଏହାସହ ଚାଲିବ ବନ୍ଦେ ଭାରତ’: ଅଶ୍ୱିନୀ ବୈଷ୍ଣବ

1,011

କନକ ବ୍ୟୁରୋ: ଓଡିଶାବାସୀଙ୍କୁ ଖୁସି କରିଦେବା ଭଳି ମତ ରଖିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଓଡ଼ିଶା ନିର୍ମାଣ କନକ୍ଲେଭ -୨୦୨୨ରେ ଯୋଗ ଦେବା ଅବସରରେ କହିଛନ୍ତି ଯେ, ‘ଓଡିଶା ମେଟ୍ରୋ ଟ୍ରେନ୍ ପାଇବାକୁ ଯୋଗ୍ୟ । ମେଟ୍ରୋ ଟ୍ରେନ୍ ଗଡିବା ରାଜ୍ୟ ସରକାରଙ୍କ ଦାୟିତ୍ୱ । ହେଲେ ମେଟ୍ରୋ ପାଇଁ ରାଜ୍ୟ ସରକାର କୌଣସି ପ୍ରସ୍ତାବ ଦେଇନାହାଁନ୍ତି । ତେବେ ରାଜ୍ୟ ପ୍ରସ୍ତାବ ପଠାଇଲେ କେନ୍ଦ୍ର ନିଶ୍ଚୟ ଏଥିରେ ସହଯୋଗ କରିବ’ ।

କେବଳ ଏତିକି ନୁହେଁ ରାଜ୍ୟରେ ଖୁବ୍ ଶୀଘ୍ର ଆରମ୍ଭ ହେବ ବନ୍ଦେ ଭାରତ ଏକ୍ସପ୍ରେସ୍ । ଏଥିପାଇଁ ପ୍ରଥମ ପର୍ୟ୍ୟାୟରେ ଓଡ଼ିଶାରେ ୫-ଜି ସୁବିଧା ମଧ୍ୟ ଉପଲବ୍ଧ ହେବ । ସମସ୍ତ ଉପକରଣ ଓଡ଼ିଶାରେ ପହଞ୍ଚି ସାରିଲାଣି ବୋଲି କହିଛନ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।