କଟକ-ଭୁବନେଶ୍ୱରରେ ଚାଲିବ ମେଟ୍ରୋ ଟ୍ରେନ୍ ! ମେଟ୍ରୋ ରେଳ ସେବା ପାଇଁ ତୁରନ୍ତ ସୁବିଧା କରିବେ ରାଜ୍ୟ ସରକାର

କଟକ-ଭୁବନେଶ୍ୱରରେ ଚାଲିବ ମେଟ୍ରୋ ଟ୍ରେନ୍ ! ମେଟ୍ରୋ ରେଳ ସେବା ପାଇଁ ତୁରନ୍ତ ସୁବିଧା କରିବେ ରାଜ୍ୟ ସରକାର

କନକ ବ୍ୟୁରୋ: ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନରେ ନିଜ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ନିଜର ଅଭିଭାଷଣରେ ସରକାରଙ୍କ ବିକାଶର ଗୋଲାପୀ ଚିତ୍ର ରଖିଛନ୍ତି ରାଜ୍ୟପାଳ । ସେ କହିଛନ୍ତି, ବିଜୁ ଏକ୍ସପ୍ରେସ ୱେ ଓଡିଶାର ଉତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ ଭାଗକୁ ସଂଯୋଗ କରିବ । ମେଟ୍ରୋ ରେଳ ସେବା ଦ୍ୱାରା ଐତିହ୍ୟସଂପନ୍ନ ରୌପ୍ୟ ନଗରୀ କଟକକୁ ସ୍ମାର୍ଟ ସିଟି ଭୁବନେଶ୍ୱର ସହିତ ସଂଯୋଗ କରାଯିବା ନିମନ୍ତେ ତୁରନ୍ତ ସରକାର ଉଦ୍ୟମ କରିବେ ବୋଲି ରାଜ୍ୟପାଳ କହିଛନ୍ତି ।

publive-image

ପୁରୀ ଏକ ବିଶ୍ୱ ଐତିହ୍ୟ ନଗରୀ ରୂପେ ପରିଗଣିତ ହେବ । ସମସ୍ତ ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡିକୁ ରାସ୍ତା ସଂଯୋଗ ସହିତ ସମସ୍ତ ପ୍ରମୁଖ ରାସ୍ତାପାଶ୍ୱରେ ପଥପାଶ୍ୱ ଜନସୁବିଧା କେନ୍ଦ୍ର ସୃଷ୍ଟି କରାଯିବ । ପ୍ରତି ଜିଲ୍ଲା ପର୍ଯ୍ୟଟନ ପରିଷଦ ଗଠନ କରାଯିବ । ପ୍ରତ୍ୟେକ ପ୍ରମୁଖ କ୍ଷେତ୍ରର ସର୍ବୋତ୍ତମ ସୁବିଧା ଥିବା ବିଶ୍ୱ ପାର୍କ ପ୍ରତିଷ୍ଠା କରାଯିବ । ସାରା ରାଜ୍ୟରେ କ୍ଷୁଦ୍ର ଓ ମଧ୍ୟ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ଶିଳ୍ପ କରିଡର ସୃଷ୍ଟି କରାଯିବ । ଯୋଗ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନଙ୍କୁ ରିହାତି ସୁଧ ହାରରେ ଋଣ ଯୋଗାଇଦେବା ନିମନ୍ତେ ସରକାରଙ୍କ ଦ୍ୱାରା ଏକ ଉପ ଯୋଗୀ ଋଣ ରିହାତି ଯୋଜନା କାର୍ଯ୍ୟକାରୀ ହେବ ।ସମସ୍ତ ମହାନଗର ନିଗମ, ପୌର ପରିଷଦ ଏବଂ ବିଜ୍ଞାପିତ ଅଂଚଳ ପରିଷଦରେ ଜଳ ନିଷ୍କାସନ ବ୍ୟବସ୍ଥା ସହ ପାନୀୟ ଜଳ ଏବଂ ପରିମଳ ସୁବିଧାକୁ ସୁନିଶ୍ଚିତ କରାଯିବ । ‘ଓଡିଶା ସ୍ମାର୍ଟ ସିଟିଜ୍ ମିଶନ’ ୫ଟି ମହାନଗରକୁ ସ୍ମାର୍ଟ ସିଟି ରୂପେ ବିକଶିତ କରିବାକୁ ଉଦ୍ୟମ କରାଯିବ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

publive-image

ଏହା ସହିତ ଫୋନିର ଭୟବହତା ବଖାଣିବା ସହ ସଫଳ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ସାବାସି ଦେଇଛନ୍ତି । କାଳିଆ ଯୋଜନାକୁ ପ୍ରଶଂସା କରିଛନ୍ତି । ଏହି ଯୋଜନା ଦ୍ୱାରା କୃଷକ ଓ ଭୂମିହୀନ ଉପକୃତ ହୋଇଥିବା କହିଛନ୍ତି ।ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ସୁବିଧା ମିଳୁଛି ।ମହିଳାଙ୍କ ସଶକ୍ତିକରଣ ତାଙ୍କ ବିକାଶର ମୂଳମନ୍ତ୍ର । ମିଶନ ଶକ୍ତି ଯୋଜନାରେ ମହିଳାଙ୍କୁ ବିନା ସୁଧରେ ଋଣ ମିଳୁଛି ।ପ୍ରତି ପଂଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ହେବ ଏବଂ ଏସଏଚଜିଙ୍କୁ ବିନା ସୁଧରେ ୫ ଲକ୍ଷା ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ ବୋଲି କହିଛନ୍ତି ରାଜ୍ୟପାଳ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe