ଦିଲ୍ଲୀରେ ପୂର୍ଣ୍ଣ କ୍ଷମତାରେ ମେଟ୍ରୋ ଓ ବସ୍ ସେବା ଆରମ୍ଭ : ଷ୍ଟେସନରେ ପ୍ରବଳ ଭିଡ, ଭୁଲିଗଲେ ସାମାଜିକ ଦୂରତା 

55

କନକ ବ୍ୟୁରୋ : ଦିଲ୍ଲୀରେ ଆରମ୍ଭ ହେଲା ଅନ୍ଲକର ଆଉ ଏକ ପ୍ରକ୍ରିୟା । ଆରମ୍ଭ ହେଲା ମେଟ୍ରୋ ଓ ବସ୍ ସେବା । ସୋମବାରରୁ ସଂପୂର୍ଣ୍ଣ କ୍ଷମତା ସହ ମେଟ୍ରୋ ସେବା ଆରମ୍ଭ ହୋଇଛି । ପାଖାପାଖି ବର୍ଷେ ପରେ ସଂପୂର୍ଣ୍ଣ କ୍ଷମତା ସହ ମେଟ୍ରୋ ଚାଲିଛି । ମେଟ୍ରୋ ସେବା ଆରମ୍ଭ ହୋଇଥିବାରୁ ଷ୍ଟେସନରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ମେଟ୍ରୋରେ ଯିବା ପାଇଁ ବିଭିନ୍ନ ଷ୍ଟେସନରେ ଯାତ୍ରୀମାନେ ଲମ୍ବା ଲାଇନରେ ଛିଡା ହୋଇଥିଲେ ।

ନଥିଲା ସାମାଜିକ ଦୂରତା । ଲୋକଙ୍କ ଲମ୍ବା ଲାଇନ ଯୋଗୁ କିଛି ଷ୍ଟେସନର ଗେଟ୍ ଖୋଲିନଥିଲା । ଏହା ସହ ଏବେ ଦିଲ୍ଲୀରେ ଶତ ପ୍ରତିଶତ କ୍ଷମତା ସହ ମ୍ୟାରେଜ ହଲ୍ ଓ ହୋଟେଲରେ ହେବାକୁ ଥିବା ବିବାହ ହୋଇପାରିବ । ଅନ୍ତିମ ସଂସ୍କାରରେ ବି ୧୦୦ ଲୋକ ସାମିଲ ପାଇଁ ଅନୁମତି ମିଳିଛି । ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ମଲ ଖୋଲିପାରିବ । ସିନେମା ହଲ, ଥିଏଟର ଓ ମଲ୍ଟିପ୍ଲେକ୍ସ ୫୦ ପ୍ରତିଶତ କ୍ଷମତା ସହ ଚାଲିପାରିବ ।