କନକ ବ୍ୟୁରୋ: କୋଲକାତାରେ ପ୍ରଥମ ଥର ପାଇଁ ନଦୀ ତଳେ ଚାଲିଲା ମେଟ୍ରୋ ଟ୍ରେନ୍ । ଏହି ସମୟରେ କେବଳ ମେଟ୍ରୋ ଅଧିକାରୀଙ୍କ ସହ ଇଞ୍ଜିନିଅର ଉପସ୍ଥିତ ଥିଲେ । ହୁଗୁଳି ନଦୀ ତଳେ ଅଣ୍ଡରୱାଟର ଟନଲ ନିର୍ମାଣ କରାଯାଇଛି । ଏହି ଟନେଲ ପୂର୍ବ- ପଶ୍ଚିମ କରିଡର ପ୍ରୋଜେକ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯାହା ସଲ୍ଟଲେକକୁ ହାୱଡା ସହ ସଂଯୋଗ କରୁଛି ।

Advertisment

ଅଧିକାରୀଙ୍କ ସୂଚନା ମୁତାବକ, ଏହି ମେଟ୍ରୋ ହୁଗୁଳି ନଦୀ ତଳେ ନିର୍ମାଣ ହୋଇଥିବା ଟନେଲରେ କୋଲକାତାରୁ ହାୱଡା ଯାଏଁ ଚାଲିଥିଲା । ଏହି ଟନେଲ ୧୬.୫ କିଲୋମିଟର ଲମ୍ବ । ଏହାକୁ ଲଣ୍ଡନ-ପ୍ୟାରିସର ଭାରତୀୟ ଭର୍ସନ ବୋଲି କୁହାଯାଉଛି । ଏହା ମାଟିର ୩୩ ମିଟର ତଳେ ନିର୍ମାଣ ହୋଇଛି ।