Source:India Today
ବଲିଉଡରେ କିଛି ଦିନ ଧରି ଯେଉଁଭଳି ଘଟଣା ସବୁ ଘଟି ଚାଲିଛି ଏହାକୁ ଦେଖି ଲାଗୁଛି ଯେ ବଲିଉଡକୁ କାହାର ନଜର ଲାଗିଯାଇଛି । ଖାତିନାମା ଅଭିନେତ୍ରୀ ଲୋକପ୍ରିୟ ଅଭିନେତା ତଥା ନିର୍ଦ୍ଦେଶକଙ୍କ ପ୍ରତି ଅସଦାଚରଣର ଦୋଷ ଲଗାଉଛନ୍ତି । ପ୍ରଥମେ ବର୍ଷିଆନ୍ ଅଭିନେତା ନାନା ପାଟେକର ଏବଂ ତନୁଶ୍ରୀ ଦତ୍ତଙ୍କ ଠାରୁ ଆରମ୍ଭ ହୋଇଥିବା ଏହି ଶୀତଳ ଯୁଦ୍ଧ ଏବେ ଧିରେ ଧିରେ ସମସ୍ତଙ୍କ ଗୁମର ଫିଟାଇବାରେ ଲାଗିଛି । ଏହି ତାଲିକାରେ ଖୁବ୍ ଚର୍ଚ୍ଚିତ ଏବଂ ଲୋକପ୍ରିୟ ବ୍ୟକ୍ତିତ୍ୱ ସାମିଲ ଅଛନ୍ତି । ତେବେ ବହୁ ଦିନରୁ ଚୁପ୍ ରହିଥିବା ଅଭିନେତ୍ରୀ ଏବେ ୰ଗରଞକ୍ଟକ୍ଟ ଅଭିଯାନରେ ସାମିଲ ହୋଇ ନିଜ ଉପରେ ବିତିଥିବା ଅସଦାଚରଣକୁ ଲୋକଲୋଚନକୁ ଆଣୁଛନ୍ତି । ତେବେ ଆସନ୍ତୁ ଏହି ଅଭିଯାନରେ କେଉଁ ଅଭିନେତ୍ରୀ କାହା ଉପରେ ଅଭିଯୋଗ ଆଣିଛନ୍ତି ।
ତନୁଶ୍ରୀ ଦତ୍ତ- ନାନା ପାଟେକର : ୨୦୦୮ରେ ନାନା ପାଟେକର ଓ ତନୁଶ୍ରୀ ଦତ୍ତା ‘ହର୍ଣ୍ଣ ଓକେ ପ୍ଲିଜ୍’ ଫିଲ୍ମରେ ଅଭିନୟ କରୁଥିବା ସମୟରେ ଏକ ଆଇଟମ୍ ନମ୍ବରର ପିକଚରାଇଜେସନ୍ ଚାଲିôଥବାବେଳେ ତନୁଶ୍ରୀଙ୍କୁ ଅଙ୍ଗ ସ୍ପର୍ଶ କରିବାକୁ ଚେଷ୍ଟା କରିଥିଲେ ନାନା । ତନୁଶ୍ରୀ କହିଥିଲେ ଯେ, ନାନା ପାଟେକର ତାଙ୍କୁ ନିଜ ବାହୁବନ୍ଧନରେ ଛନ୍ଦି ରଖି ଡ୍ୟାନ୍ସ ଷ୍ଟେପ୍ ଶିଖାଇଥିଲେ। ନାନା ତାଙ୍କ ସହିତ ବେଶି ଅନ୍ତରଙ୍ଗ ହେବାର ଦେଖି ତନୁଶ୍ରୀ କୌଣସି ମତେ ନାନା ପାଟେକରଙ୍କ ବାହୁବନ୍ଧନରୁ ନିଜକୁ ମୁକ୍ତ କରି ଭ୍ୟାନିଟି ଭ୍ୟାନ୍ରେ ପଶିଗଲେ।ଏହି ଘଟଣାକୁ ବହୁ ବର୍ଷ ବିତିଯାଇଥିଲେ ମଧ୍ୟ ତନୁଶ୍ରୀ ଜୁମ୍ ଟିଭିରେ ଏହି କଥାର ଖୁଲାସା କରିଥିଲେ ଏବଂ ନାନାଙ୍କ ନାଁରେ ଅଭିଯୋଗ କରିଥିଲେ ।
କଙ୍ଗନା ରଣାୱତ – ବିକାଶ ବେହଲ୍ : ଫିଲ୍ମ ‘କୁଇନ୍’ର ସୁଟିଂ ଚାଲିଥିବା ସମୟରେ ନିର୍ଦ୍ଦେଶକ ବିକାଶ ବେହଲ୍ କଙ୍ଗନାଙ୍କୁ ଅନେକ ଥର ନିର୍ଯ୍ୟାତନା ଦେଇଥିବା କଥା କଙ୍ଗନା କହିଥିଲେ । ସେ ସୁଟିଂ ସେଟ୍ ହେଉ କିମ୍ବା ଆଉ କୌଣସି ସ୍ଥାନରେ କଙ୍ଗନାଙ୍କୁ ଦେଖିଲେ ତାଙ୍କୁ ଜୋରରେ ଜାବୁଡି ଧରୁଥିଲେ । ପ୍ରଥମେ କଙ୍ଗନା ଏକଥା ଜାଣିପାରୁନଥିଲେ କିନ୍ତୁ ଜାଣିବା ପରେ ତାଙ୍କ ଠାରୁ ଦୂରେଇ ଯାଇଥିଲେ ।
ରଜତ କପୁର – ସାମ୍ବାଦିକା : ଲୋକପ୍ରିୟ ବଲିଉଡ୍ କଳାକାର ରଜତ କପୁର ଜଣେ ସାମ୍ବାଦିକାଙ୍କୁ ସାକ୍ଷାତକାର ସମୟରେ ର୍ଦୁବ୍ୟବହାର କରିଥିବା ନେଇ ସାମ୍ବାଦିକା ଜଣକ ନିଜ ଟ୍ୱିଟର ଆକାଉଣ୍ଟରେ କହିଥିଲେ । ଏଥିରେ ଉକ୍ତ କଳାକାର ମଧ୍ୟ ଏଥିପାଇଁ କ୍ଷମା ପ୍ରାର୍ଥନା କରିଥିଲେ ।
ଚେତନ ଭଗତ୍ : ଲୋକପ୍ରିୟ ଲେଖକ ଚେତନ ଭଗତ ମଧ୍ୟ ଏହି ଦୌଡରେ ସାମିଲ ଅଛନ୍ତି । ଚେତନ ଭଗତ୍ ଙ୍କ ଜଣେ ପ୍ରଶଂସକ ତାଙ୍କ ନାଁ ରେ ର୍ଦୁବ୍ୟବହାର ନେଇ ଅଭିଯୋଗ ଆଣିଥିଲେ । ସୋସିଆଲ୍ ସାଇଟରେ ସେ ଉକ୍ତ ଯୁବତୀଙ୍କୁ ଯୌନ ଉଦ୍ଦୀପକ କଥା କହିବାକୁ ଚେଷ୍ଟା କରୁଥିବା କଥା ସେ କହିଥିଲେ । ଏଥିନେଇ ଚେତନ ଭଗତ୍ ସୋସିଆଲ୍ ମିଡିଆରେ ଜନୈକା ଯୁବତୀ ଏବଂ ତାଙ୍କ ପତ୍ନୀଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ।
ଉତ୍ସବ ଚକ୍ରବର୍ତ୍ତୀ : କମେଡିଆନ୍ ଓ ୟୁଟ୍ୟୁବ୍ର ଉତ୍ସବ ଚକ୍ରବର୍ତ୍ତୀଙ୍କ ବିରୋଧରେ କେତେକ ନାବାଳିକା ଓ ମହିଳା ର୍ଦୁବ୍ୟବହାର ଅଭିଯୋଗ ଆଣିଛନ୍ତି। ଉତ୍ସବ ଏଆଇବିର କେତେକ ଭିଡ଼ିଓରେ ନଜର ଆସିଛନ୍ତି। ଏହି ଯୌନ ଶୋଷଣ ଅଭିଯୋଗର ଖୁଲାସା କରିଛନ୍ତି ଲେଖିକା ଓ କମେଡିଆନ୍ ମହିମା କୁକ୍ରେଜା। ମହିମା ଏ ସଂପର୍କରେ ଟୁଇଟ କରି ସୂଚନା ଦେଇଛନ୍ତି ଯେ ଉତ୍ସବଙ୍କ ଉପରେ ଟୁଇଟର୍ ଜରିଆରେ କେତେକ ମହିଳା ଓ ନାବାଳିକା ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି। ସେ ଜଣେ ନାବାଳିକାଙ୍କର ଏଭଳି ଟୁଇଟ୍ ପଢ଼ିବା ପରେ ନିଜକୁ ସମ୍ଭାଳି ନ ପାରି ମୁହଁ ଖୋଲିଥିବା ବୋଲି ଲେଖିଛନ୍ତି।
କୈଳାସ ଖେର୍ - ଜୁଲଫି ସୟଦ : ଲୋକପ୍ରିୟ ଗାୟକ କୈଳାସ ଖେର ଏବଂ ଜୁଲଫି ସୟଦଙ୍କ ଖିଲାଫରେ ଜଣେ ଫଟୋଜର୍ନାଲିଷ୍ଟ ନତାଶା ହେମରଜାନୀ ଯୌନ ଶୋଷଣର ଆରୋପ ଲଗାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ତାଙ୍କର ଏହି #MeToo କ୍ୟାମ୍ପେନ କୈଳାସ ଖେର ଏବଂ ମଡେଲ ଜୁଲ୍ଫି ସୟଦଙ୍କ ଖିଲାଫରେ । ନତାଶା ଆଗକୁ ଲେଖିଥିଲେ ଯେ ସେ ତାଙ୍କ ମହିଳା ସହକର୍ମୀଙ୍କ ସହ କୈଳାସ ଖେରଙ୍କ ଘରକୁ ଇଂଟରଭ୍ୟୁ ନେବା ପାଇଁ ଯାଇଥିଲେ । ଇଂଟରଭ୍ୟୁ ସମୟରେ କୈଳାସ ଆସି ତାଙ୍କ ପାଖରେ ବସି ପଡିଥିଲେ । ସେ ବାରମ୍ବାର ଜଂଘ ଉପରେ ହାତ ରଖିବା ଲାଗି ପ୍ର୍ରୟାସ କରୁଥିଲେ । ସେ ଏହି କଥାକୁ ଆଗକୁ ନେବା ପାଇଁ ସହକର୍ମୀଙ୍କୁ କହିଥିଲେ ମାତ୍ର ସେ ଏ ସମ୍ପର୍କରେ ମନା କରିଦେଇଥିଲେ । ଏହି ଭଳି କିଛି ଘଟଣା ଘଟିଥିଲା ଜୁଲଫି ସୟଦଙ୍କ ସହ ଏକ ପାର୍ଟିରେ ଥିବା ବେଳେ । ଜୁଲଫି ନିଶା ଅବସ୍ଥାରେ ନତାଶାଙ୍କୁ ଜବରଦସ୍ତି କରିଥିଲେ । ମାତ୍ର ପରଦିନ ସେ ଭୂଲ ମାଗି ନେଇଥିଲେ ।
ଆଲୋକ ନାଥ୍ : ଧାରାବାହିକ ଏବଂ ସିନେମାରେ ସମସ୍ତଙ୍କ ପ୍ରିୟ ଏବଂ ଲୋକପ୍ରିୟ ସଂସ୍କାରୀ ବାବୁଜୀ ମଧ୍ୟ #MeToo କ୍ୟାମ୍ପେନର ଶିକାର ହୋଇଯାଇଛନ୍ତି । ତାଙ୍କ ନାଁରେ ଜଣେ ମହିଳା ପ୍ରଡ୍ୟୁସର ଦୁଷ୍କର୍ମର ଅଭିଯୋଗ ଲଗାଇଛନ୍ତି । ୧୯୯୪ ମସିହାରେ ପ୍ରସିଦ୍ଧ ଶୋ’ ତାରାରେ କାମ କରୁଥିବା ସମୟରେ ଏଭଳି ଏକ ଘଟଣା ଘଟିଥିବା ନେଇ ଉକ୍ତ ମହିଳା ପ୍ରଡ୍ୟୁସର କହିଥିଲେ ।
Follow Us
/kanak/media/post_attachments/wp-content/uploads/2018/10/story_7-300x169.jpeg)
/kanak/media/post_attachments/wp-content/uploads/2018/10/kangna-vikas--300x169.jpg)
/kanak/media/post_attachments/wp-content/uploads/2018/10/rajat-kapoor-300x169.jpg)
/kanak/media/post_attachments/wp-content/uploads/2018/10/73-Chetan-Bhagat-300x175.jpg)
/kanak/media/post_attachments/wp-content/uploads/2018/10/njzhbsjcbz-1538654893-300x158.jpeg)
/kanak/media/post_attachments/wp-content/uploads/2018/10/kailash_and_zulfi_135967_730x419-300x172.jpg)
/kanak/media/post_attachments/wp-content/uploads/2018/10/alok-nath-300x200.jpg)