ପଶ୍ଚିମାଝଡକୁ ନେଇ ପାଣିପାଗ ବିଭାଗର ଚେତାବନୀ । ୨୯ ତାରିଖ ରାତିିରୁ ଉତ୍ତର-ପଶ୍ଚିମ ଭାରତକୁ ପ୍ରଭାବିତ କରିବ ଆଉ ଏକ ପଶ୍ଚିମାଝଡ

918

କନକ ବ୍ୟୁରୋ: ଆଉ ଏକ ପଶ୍ଚିମାଝଡ ପ୍ରଭାବରେ ଭିଜିବ ଓଡିଶା । ଆସନ୍ତା ୨୯ ତାରିଖ ରାତିରୁ ଦେଶର ଉତ୍ତର-ପଶ୍ଚିମ ଭାଗକୁ ପ୍ରଭାବିତ କରିବ ଆଉ ଏକ ପଶ୍ଚିମାଝଡ । ଏହାକୁ ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଏହା ପ୍ରଭାବରେ ୨୮, ୨୯, ୩୦ ଓ ୩୧ ତାରିଖ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

୨୯ ମାର୍ଚ୍ଚରେ ଆଉ ଏକ ପଶ୍ଚିମାଝଡ ଆସୁଛି । ଯାହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ମାର୍ଚ୍ଚ ୩୦ ଓ ୩୧ ତାରିଖରେ ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ବର୍ତମାନ ମଧ୍ୟ ପଶ୍ଚିମାଝଡ ପ୍ରଭାବରେ ବର୍ଷା ଲାଗି ରହିଛି । ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ବର୍ତମାନ ପଶ୍ଚିମାଝଡ ପ୍ରଭାବରେ ୨୭ ଓ ୨୮ ତାରିଖରେ ଘଡଘଡି ସହ ବର୍ଷା ହେବ ଏବଂ ୪୦ରୁ ୫୦ କିମି ବେଗରେ ପବନ ବହିବ । ତେବେ ଏହାର ପ୍ରଭାବ ଶେଷ ନହେଉଣୁ ୨୯ ତାରିଖରେ ଆଉ ଏକ ପଶ୍ଚିମାଝଡ ଆସିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ ।