ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ବ୍ୟବହାରକାରୀଙ୍କ ପାଇଁ ଏକ ବିଜ୍ଞାପନମୁକ୍ତ ପେଡ୍ ସବସ୍କ୍ରିପସନ୍ ଯୋଜନା ପ୍ରବର୍ତ୍ତନ କରିଛି ମେଟା କମ୍ପାନୀ । ୟୁରୋପୀୟ ୟୁନିଅନର ଚାପରେ ଏହି ପଦକ୍ଷେପ ନିଆଯାଇଛି । ତେଣୁ ଏହି ବିକଳ୍ପ ବର୍ତ୍ତମାନ କେବଳ ୟୁରୋପୀୟ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ ।
ମେଟା କିଛି ଉପଭୋକ୍ତାଙ୍କୁ ଏକ ବଡ଼ ଝଟକା ଦେଇଛି । ମେଟା ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ବ୍ୟବହାରକାରୀଙ୍କ ପାଇଁ ଏକ ବିଜ୍ଞାପନମୁକ୍ତ ପେଡ୍ ସବସ୍କ୍ରିପସନ୍ ଯୋଜନା ପ୍ରବର୍ତ୍ତନ କରିଛି । ଦୀର୍ଘ ସମୟ ଧରି କଳ୍ପନା ଜଳ୍ପନା ଚାଲିଥିଲା କି ଯେ ମାର୍କ ଜୁକରବର୍ଗ ଫେସବୁକ ଚଳାଇବା ପାଇଁ କିଛି ଦେୟ ନେଇପାରନ୍ତି । ବର୍ତ୍ତମାନ କମ୍ପାନୀ ଏହିପରି ପଦକ୍ଷେପ ନେବାକୁ ଯାଉଛି । ମେଟା ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପାଇଁ ସେବା ଦେବାକୁ ସଦସ୍ୟତା ସବସ୍କ୍ରିପସନ୍ ଘୋଷଣା କରିଛି । ୟୁରୋପୀୟ ୟୁନିଅନର ଚାପ ପରେ ଏହି ପଦକ୍ଷେପ ନିଆଯାଇଛି । ତେଣୁ ବର୍ତ୍ତମାନ ଏହି ବିକଳ୍ପ କେବଳ ୟୁରୋପୀୟ ବ୍ୟବହାରକାରୀଙ୍କ ପାଇଁ ଲାଗୁ ହେବ ।
ଏହାର ମୂଲ୍ୟ କେତେ ହେବ ?
ଏହି ଯୋଜନାଗୁଡିକର ମୂଲ୍ୟ ୱେବ୍ ପାଇଁ ମାସକୁ ୯.୯୯ ୟୁରୋ (ପ୍ରାୟ ୮୮୫ ଟଙ୍କା) ଏବଂ ସ୍ମାର୍ଟଫୋନ୍ (ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍) ପାଇଁ ମାସକୁ ୧୨.୯୯ ୟୁରୋ (ପ୍ରାୟ ୧୧୪୫ ଟଙ୍କା) ହେବ । ୟୁରୋପରେ ୧୮ ବର୍ଷରୁ ଅଧିକ ବୟସର ଉପଭୋକ୍ତାଙ୍କ ପାଇଁ ଏହି ବିଜ୍ଞାପନମୁକ୍ତ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଯୋଜନା ଉପଲବ୍ଧ କରିବ ବୋଲି ମେଟା ଘୋଷଣା କରିଛି । ଏହି ଯୋଜନାଗୁଡିକ ସ୍ୱିଜରଲ୍ୟାଣ୍ଡ, ୟୁରୋପୀୟ ୟୁନିଅନ୍ ଏବଂ ୟୁରୋପୀୟ ଅର୍ଥନୈତିକ କ୍ଷେତ୍ରରେ ଉପଲବ୍ଧ ହେବ ।
ଭାରତୀୟମାନଙ୍କ ପାଇଁ କ’ଣ?
ଏହା ଭାରତର ଉପଭୋକ୍ତାମାନଙ୍କୁ ସେମାନଙ୍କର ଫେସବୁକ ଓ ଇନଷ୍ଟାଗ୍ରାମ ଫିଡରେ ବିଜ୍ଞାପନ ପ୍ରଦାନ ଜାରି ରଖିବ । କିନ୍ତୁ ଯଦି ଏହି ସବସ୍କ୍ରିପସନ୍ ଯୋଜନାଗୁଡିକ EU ରେ ଲୋକପ୍ରିୟ ହୁଏ ତେବେ ଏହା ସମ୍ଭବ ଯେ ମେଟା ମଧ୍ୟ ଏହି ସେବାକୁ ଭାରତରେ ଲାଗୁ କରାଇପାରେ ।